ପାକିସ୍ତାନ ଅଟକ ରଖିଥିବା ଦୁଇ ଭାରତୀୟ ଅଧିକାରୀ ସ୍ୱଦେଶ ଫେରିଲେ


ଇସଲାମାବାଦ: ପାକିସ୍ତାନ ସରକାରଙ୍କ ଦ୍ୱାରା ଅଟକ ରହି ଖଲାସ ହୋଇଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟର ଦୁଇ ଅଧିକାରୀ ଏବେ ସ୍ୱଦେଶ ଫେରିଛନ୍ତି। ସୋମବାର ୱାଘା-ଅଟାରୀ ବର୍ଡର ଦେଇ ସେମାନେ ଭାରତୀୟ ସୀମାରେ ପ୍ରବେଶ କରିଥିବା ଜଣାପଡ଼ିଛି। ଜୁନ୍ ୧୫ରେ ପାକିସ୍ତାନରେ ଅବସ୍ଥାପିତ ଏହି ଦୁଇ ଭାରତୀୟ ଅଧିକାରୀଙ୍କୁ ଇସଲାମାବାଦ ଅପହରଣ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।
ଆହୁରି ପଢ଼ନ୍ତୁ
ଭାରତ ଏହାର ଦୃଢ଼ ପ୍ରତିବାଦ କରିବାକୁ ପାକିସ୍ତାନ ବାଧ୍ୟ ହୋଇ ୧୨ ଘଣ୍ଟା ମଧ୍ୟରେ ସେମାନଙ୍କୁ ଖଲାସ କରିଥିଲା। ଏହି ଦୁଇ ଅଧିକାରୀ ନକଲି ନୋଟ କାରବାର କରିବା ସହ ହିଟ ଆଣ୍ଡ ରନ୍ ମାମଲାରେ ସାମିଲ ଥିବା ଅଭିଯୋଗ କରି ଇସଲାମାବାଦ ପୁଲିସ୍ ମାମଲା ରୁଜୁ କରିଥିଲା। ଏହାପରେ ସେମାନଙ୍କୁ ଅଟକ ରଖି ନିର୍ଯାତନା ଦେଇଥିବା ଜଣାପଡ଼ିଥିଲା। ତେବେ ଭାରତ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି।
ଏମାନେ ଭାରତ ଫେରିଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଏଥିସହ ପ୍ରୋଟକଲ ଅନୁଯାରୟୀ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।