ବିଦେଶ

‘ପାକିସ୍ତାନରେ କରୋନା ବ୍ୟାପିବା ପଛରେ ଇମ୍ରାନ୍ ଖାନ୍’

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରୋନା ଭାଇରସକୁ ରାଜନୀତିକ ଅସ୍ତ୍ର ଭାବରେ ପ୍ରୟୋଗ କରୁଛନ୍ତି। ଦେଶର ଅନେକ ବଡ଼ ବଡ଼ ନେତା କରୋନାରେ ଆକ୍ରାନ୍ତ ହେବା ପରେ ପାକିସ୍ତାନର ବିରୋଧୀ ଦଳର ନେତାମାନେ ମିଶି ଇମ୍ରାନଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ଭାଇ ତଥା ପିଏମଏଲ-ଏନର ପ୍ରମୁଖ ଶହବାଜ ଶରିଫ ଏବଂ ପାକିସ୍ତାନ ପିପୁଲସ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା ଗିଲାନୀ କରୋନାରେ ସଂକ୍ରମିତ ହେବା ପରେ ଇମ୍ରାନଙ୍କୁ ସମାଲୋଚନା କରିଛନ୍ତି। ଯଦି ସେମାନଙ୍କର କିଛି ଅଘଟଣ ଘଟିବ ତା’ହେଲେ ଏଥିପାଇଁ ଇମ୍ରାନ୍ ଖାନ୍ ଦାୟୀ ରହିବେ ବୋଲି ଇମ୍ରାନ୍ ଖାନ୍ କହିଛନ୍ତି।

ଆହୁରି ପଢ଼ନ୍ତୁ

ଦୁଇ ନେତା ନିଜ ନିଜର ମତ ରଖି କହିଛନ୍ତି, ନ୍ୟାଶନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି)ରେ ହାଜର ହେବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ହାଜର ହେବା ସମୟରେ କରୋନାରେ ସେମାନେ ସଂକ୍ରମିତ ହୋଇଥିଲେ ବୋଲି କହିଛନ୍ତି। ଶାହାବାଜ ସରିଫ ଏବଂ ୟୁସୁଫ ରାଜା ଗିଲାନି ମଧ୍ୟ କହିଛନ୍ତି, ଏନଏବିର ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏ ବାବଦରେ ସରକାର ଜାଣିଥିଲେ। ଏହା ଜାଣି ସେମାନଙ୍କୁ ହାଜର ହେବାକୁ ବାଧ୍ୟ କରାଯାଇଥିଲା ବୋଲି ସେମାନେ କହିଛନ୍ତି। ନିକଟରେ ଏନଏବିର ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଏଯାବତ ସଂକ୍ରମିତଙ୍କ ସଂଖ୍ୟା ୧,୩୫,୭୦୨ ଛୁଇଁଛି। ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ୨,୫୯୩ ଛୁଇଁଥିବା ବେଳେ ୫୦,୦୫୬ ଜଣ କରୋନାରେ ଆରୋଗ୍ୟ ହୋଇଛନ୍ତି।

[ad_2]
Show More
Back to top button