

ସତ୍ୟଶିଖା ( ଭୁବନେଶ୍ୱର ) ୧୪ .୦୮.୨୦୨୦ : ଆଜି ବି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ । 30 ଟି ଜିଲ୍ଲାରୁ ଆଜି 1977 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 1241 ହୋଇଥିବାବେଳେ ଲୋକାଲ ସଂକ୍ରମଣ 736 ରହିଥିବା ଜଣାପଡ଼ିଛି ।
ତେବେ ଆଜି ଚିହ୍ନଟ ହୋଇଥିବା ପଜିଟିଭକୁ ମିସାଇ ରାଜ୍ୟରେ 54 ହଜାର 630 ହୋଇଛି । ଆଜି ଅନୁଗୁଳରୁ 2, ବାଲେଶ୍ୱରରୁ 56, ବରଗଡ 22, ଭଦ୍ରକ 118, ବଲାଙ୍ଗିର 7, ବୌଦ୍ଧ 5, କଟକ 101, ଦେବଗଡ2, ଢ଼େଙ୍କାନାଳ 40, ଗଜପତି 93, ଗଞ୍ଜାମ 280, ଜଗତସିଂହପୁର 34, ଯାଜପୁର 69, ଝାରସୁଗୁଡା 11, କଳାହାଣ୍ଡି 48, କନ୍ଧମାଳ 60, କେନ୍ଦ୍ରାପଡା 6, କେନ୍ଦୁଝର 10, ଖୋର୍ଦ୍ଧା 332, କୋରାପୁଟ 90, ମାଳକାନଗିରି 52, ମୟୁରଭଞ୍ଜ 120, ନବରଙ୍ଗପୁର 17, ନୟାଗଡ଼ 75, ନୂଆପଡା 20, ପୁରୀ 83, ରାୟଗଡ଼ା 70, ସମ୍ୱଲପୁର 59, ସୋନପୁର 7, ସୁନ୍ଦରଗଡ 88 ଚିହ୍ନଟ ହୋଇଛନ୍ତି ।