ନୂଆଦିଲ୍ଲୀ: ସେନାରେ କାମ କରୁଥିବା ଦୁଇ ଜଣ ବେସାମାରିକ ଅଧିକାରୀଙ୍କୁ ଆଜି ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। ଉଭୟ ମାତ୍ର ୭୫ ହଜାର ଟଙ୍କା ନେଇ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ତଥ୍ୟ ଦେଇଥିଲେ। ଗୁଇନ୍ଦା ବିଭାଗର ସୂଚନାକ୍ରମେ ଉଭୟଙ୍କୁ ପୁଲିସ ରାଜସ୍ଥାନର ଜୟପୁରରୁ ଗିରଫ କରିଛି।
ଆହୁରି ପଢ଼ନ୍ତୁ
ଏହି ଗିରଫ ଯୁବକ ହେଲେ ବିକାଶ କୁମାର ଓ ଚିମନ ଲାଲ। ବିକାଶ କୁମାର ରାଜସ୍ଥାନର ଶ୍ରୀ ଗଙ୍ଗାନଗର ସ୍ଥିତ ଗୋଳାବାରୁଦ ଡିପୋରେ କାମ କରୁଥିଲେ।
ସେହିପରି ବିକାନେରର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଚିମନ ଲାଲ କାମ କରୁଥିଲେ। ଉଭୟ ଆର୍ମି ଡିପୋରେ କାମ କରୁଥିଲେ ହେଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ତଥ୍ୟ ଦେଉଥିଲେ।