ଅକ୍ଟୋବର ୨୨ରେ ରେଳ କର୍ମଚାରୀଙ୍କ ଆନ୍ଦୋଳନ

ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ଦେଶବ୍ୟାପି ବ୍ୟାପିଥିବା କରୋନା ଭାଇରସ ଯୋଗୁ କର୍ମଚାରୀଙ୍କୁ ଏବେ ସୁଦ୍ଧା ବୋନସ ମିଳି ନାହିଁ । ଯେଉଁଥିପାଇଁ ସେମାନେ ରାଗିକି ଅକ୍ଟୋବର ୨୨ରେ ଆନ୍ଦୋଳନ କରିବା ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୨ରେ ଦେଶବ୍ୟାପି ଟ୍ରେନକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଧମକ ଦେଇଛନ୍ତି । ଅଲ ଇଣ୍ଡିଆ ରେଲଓ୍ବେ ମେସ ଫାଉଣ୍ଡେସନ ପୂରା ଦେଶରେ ଆନ୍ଦୋଳନ କରିବା ଚେତାବନୀ ଦେଇଛି ।ରେଲଓ୍ବେ କର୍ମଚାରୀ ଧମକ ଦେଇଥିଲେ ଯେ ସାଧାରଣତଃ ଦୁର୍ଗା ପୂଜା ଆରମ୍ଭ ହେବା ପୂର୍ବରୁ ଯେଉଁ ବୋନସ ଦିଆଯାଇଥାନ୍ତା ଏବେ ସୁଦ୍ଧା ଜାରି କରାଯାଇ ନାହିଁ । ସେଥିପାଇଁ କର୍ମଚାରୀ ଏହା ବିରୋଧରେ ଆକ୍ସନ ନେବେ। ଏଆଇଆରଏଫର ଏହି ଆହ୍ବାନକୁ ପୂଣ୍ଣ ସମର୍ଥନ କରି ରେଳ କର୍ମଚାରୀ ହଡତାଳ ପ୍ରସ୍ତୁତିରେ ଲାଗିଛନ୍ତି ।ନବରାତ୍ରି ଆରମ୍ଭ ହୋଇଯାଇଛି ଏବେ ସୁଦ୍ଧା କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରି ନାହାନ୍ତି । କରୋନା କାଳରେ ବି ରେଳ କର୍ମଚାରୀ କ୍ରମାଗତ କାମ କରି ଆସୁଛନ୍ତି । ଏହା ସହ ପୂର୍ବରୁ କର୍ମଚାରୀଙ୍କ ଦେଢ଼ ବର୍ଷର ମହଙ୍ଗା ଭତ୍ତା ବୃଦ୍ଧିରେ ରୋକ ଲାଗିଛି । ଏ ବର୍ଷ ଦୀପାବଳିରେ ପୂର୍ବତନ କର୍ମୀଙ୍କୁ ଡିଏ ମଧ୍ୟ ମିଳିବ ନାହିଁ । ମାତ୍ର ରେଳ କର୍ମଚାରୀ ପିଏମ କେୟାର ଫଣ୍ଡକୁ ସହାୟତା କରୁଛନ୍ତି ।
ପିଏମ କେୟାର ଫଣ୍ଡରେ ୫୦ ସରକାରୀ ବିଭାଗରୁ ଜମା ହୋଇଥିବା ସମୁଦାୟ ୧୫୭ କୋଟି ଟଙ୍କାରୁ ୯୦ ପ୍ରତିଶତ ଭାଗ ରେଳ କର୍ମଚାରୀଙ୍କ ପକ୍ଷରୁ ଜମା କରାଯାଇଛି । ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ଏଜେଣ୍ଡାରେ ଏଆଇଆରଏଫ ଆଶାବାନ୍ଧି ବସିଥିଲା । ମାତ୍ର ବୋନସ ଉପରେ ଚର୍ଚା ନ ହେବାରୁ ଆନ୍ଦୋଳନ ନିଷ୍ପତି ନେଲେ ।