ଲଦାଖରେ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଭାରତର ପ୍ରସ୍ତୁତି

ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୦/୨୦୨୦ : ଚୀନ ଭାରତ ମଧ୍ୟରେ ଲାଗି ରହିଛି ଉତ୍ତେଜନା । ଶୀତକୁ ଦୃଷ୍ଟିରେ ରଖି ଏବେ ଭାରତ ତାର ପ୍ରସ୍ତୁତି ଆରମ୍ଭ କରିଛି । ଲଦାଖରେ ମୁତୟନ ଥିବା ଯବାନଙ୍କ ପାଇଁ ଭାରତ କିଣୁଛି ସ୍ବତନ୍ତ୍ର ପୋଷାକ । ଯାହା ଯବାନମାନଙ୍କୁ ଅତ୍ୟଧିକ ଥଣ୍ଡାରୁ ରକ୍ଷା କରିବାରେ ସାହାଯ୍ୟ କରିବ । ଭାରତ ଓ ଆମେରିକା ମଧ୍ୟରେ ଲଜିଷ୍ଟିକ୍ସ ଏକସେଞ୍ଜ ମେମୋରେଣ୍ଡମ ଏଗ୍ରିମେଣ୍ଟ (L.E.M.O.A) ଦ୍ବାରା ଏହି ଡ୍ରେସ କିଣାଯାଉଛି । ଏହି ବୁଝାମଣାରେ ଦୁଇ ଦେଶ ସଶସ୍ତ୍ରବାହିନୀଙ୍କ ଭିତରେ ଲଜିଷ୍ଟିକ ସପୋର୍ଟ, ଡ୍ରେସ, ଭୋଜନ, ସ୍ପେୟାର ପାର୍ଟ, ଚିକିତ୍ସା ସେବା ସହିତ ଅନ୍ୟ ଆବଶ୍ୟକ ବସ୍ତୁକୁ ଆଦାନ ପ୍ରଦାନ କରାଯାଏ ।ଆମେରିକା ସହ ଭାରତ ୟୁରୋପୀୟ ବଜାରରୁ ମଧ୍ୟ କିଛି ପୋଷାକ କିଣୁଛି ଭାରତ । ସରକାର ଲଦାଖରେ ମାଇନସ ୨୫ ଡିଗ୍ରୀ ସେଲିସିୟସରେ ମୁତୟନ ଯବାନ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣରେ ୧୩ଟି ମହତ୍ୱପୂଣ୍ଣ ପର୍ବତଶୃଙ୍ଗ ଉପରେ ବି ମୁତୟନ ହୋଇଛନ୍ତି । ଶୀତ ଦିନେ ଏଠାକାର ସ୍ଥିତି ଅଧିକ ଖରାପ ହୋଇପାରେ । ଏହାକୁ ଧ୍ୟାନରେ ରଖି ସୈନିକମାନଙ୍କ ପାଇଁ ବିଶେଷ ଡ୍ରେସ କିଣାକିଣି ଜାରି ରହିଛି ।
ସୀମା ବିବାଦ ସମାଧାନ ଦିଗରେ ଭାରତ ଓ ଚୀନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନ ହୋଇସାରିଛି । କିଛି ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି । ମାତ୍ର ଚୀନ କିନ୍ତୁ ତା ହରକତରୁ ପଛକୁ ହଟିବାକୁ ଆଦୌ ପ୍ରସ୍ତୁତ ନୁହେଁ । ଚୀନ ସେନା ଅତ୍ୟଧିକ ଥଣ୍ଡାକୁ ସହି ନ ପାରି କେତେକ ଅସୁସ୍ଥ ହୋଇପଡ଼ିଥିବା ଦେଖାଯାଉଛି । ଏହାକୁ ଧ୍ୟାନରେ ରଖି ଚୀନ ମଧ୍ୟ ତାର ପ୍ରସ୍ତୁତି ଆରମ୍ଭ କରିଛି । ଯବାନଙ୍କ ସୁରକ୍ଷା ପାଇଁ ସେ ସ୍ଵତନ୍ତ୍ର ଟେଣ୍ଟ କିଣୁଛି ।