ଜଳେଶ୍ୱର (ଅଜିତ ଦାସ): ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅନ୍ତର୍ଗତ ନେକୁରସୁନିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଚାରି ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
ଆଜି ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟି ଥିବା ଜଣାପଡ଼ିଛି। ଏମାନେ କୋଲକାତାକୁ ରୋଷେଇ କରିବାକୁ ଯାଇଥିଲେ। ସେଠାରୁ ବୋଲେରୋ ଯୋଗେ ଫେରିବା ବେଳେ ନେକୁରସୁନିଠାରେ ଗାଡ଼ି ଆଗକୁ ଏକ ଗାଈ ଚାଲିଆସିଥିଲା। ଗାଈକୁ ବଞ୍ଚାଇବାକୁ ଯାଇ ଆଗରେ ଯାଉଥିବା ଟ୍ରକର ପଛରେ ପିଟିହୋଇଯାଇଥିଲା ବୋଲେରୋ। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଓ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।