ପର୍ବତ ଉପରେ ସେନା, ଚୀନ ଉପରେ କଡ଼ା ନଜର

ନୂଆଦିଲ୍ଲୀ: ଚୀନ୍ ସେନା ଉପରେ ନଜର ରଖିବାକୁ ଭାରତୀୟ ସେନା ନିଜର ରଣନୀତିକୁ ଜୋରଦାର କରିଛି। ଏବେ ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ ଉପରେ ନଜର ରଖିବାକୁ ସେନା ଉଚ୍ଚ ପର୍ବତ ଆରୋହୀ ଯୋଦ୍ଧାଙ୍କୁ ପାହାଡ଼ ଉପରକୁ ପଠାଇଛି। ଚୀନର ପିପୁଲସ ଲିବରେସନ ଆର୍ମି (ପିଏଲଏ)ର ସ୍ଥିତି ଚାରିପଟୁ କ’ଣ ରହିଛି ସେମାନଙ୍କ ଉପରେ ନଜର ରଖିବେ ସେନାର ଏହି ପର୍ବତ ଆରୋହୀ ଯୋଦ୍ଧା।

ଆହୁରି ପଢ଼ନ୍ତୁ

କେନ୍ଦ୍ର ସରକାର ସୀମା ଚୀନ ସହିତ ଲାଗିଥିବା ସମସ୍ତ ସୀମାକୁ ସୁରକ୍ଷିତ ରଖିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସେନାକୁ ସମସ୍ତ ଦିଗରୁ ଚୀନ୍ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚୀନର ଲାଲ ସେନା ଯଦି ପଥର, ମେଟାଲ କିମ୍ୱା ଅନ୍ୟ କୌଣସି ସାମଗ୍ରୀରେ ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି ତା’ହେଲେ ଗରିଲା ଯୋଦ୍ଧାଙ୍କ ଭଳି ଲାଲ ସେନା ବିରୋଧରେ ଲଢ଼ିବାକୁ ସେନା ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛି।

[ad_2]
Exit mobile version