ଦେଶ

କରୋନା ପାଇଁ ପୁଣି ୧ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିବେ ମୋଦି ସରକାର!

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁ ଦିନ ମଜୁରିଆ ଓ ଗରିବ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ କାମ ଅଭାବରୁ ହାତ ବାନ୍ଧି ବସିଛନ୍ତି। ସେମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ପୁଣିଥରେ ମୋଦି ସରକାର ଅଣ୍ଟା ଭିଡ଼ିଛନ୍ତି।

ଏଥିପାଇଁ ଆଗାମୀ ଦିନରେ ୧ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିବାକୁ ସରକାର ବିଚାରବିମର୍ଶ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଅର୍ଥକୁ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ଗତ ମାସରେ ମୋଦି ସରକାର ଗରିବ ଓ ଦିନ ମଜୁରିଆଙ୍କୁ ସିଧାସଳଖ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସହାୟତା କରିବା ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲେ।

ନୂଆ ପ୍ୟାକେଜ ଘୋଷଣା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଦ୍ୱିତୀୟ ଆର୍ଥିକ ପ୍ୟାକେଜ ମୁଖ୍ୟତଃ ଏମଏସଏମଇଙ୍କ ଉପରେ ପର୍ଯ୍ୟବେସିତ ହେବ। ଲକଡାଉନ ଯୋଗୁ ଏହି ଶିଳ୍ପ ସହ ଜଡ଼ିତ ଲୋକମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେଣୁ ସେମାନଙ୍କୁ ସହଯୋଗ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। ସେହିପରି ଏହି ପ୍ୟାକେଜର କିଛିଦିନ ପରେ ଲକଡାଉନ ଯୋଗୁ କ୍ଷତି ସହିଥିବା ବଡ଼ବଡ଼ କମ୍ପାନୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଘୋଷଣା କରାଯିବ।”

[ad_2]
Show More
Back to top button