ରାଜ୍ୟ

ପରିବା ବୋଝେଇ ଗାଡ଼ିରେ ମଦ | Satyasikha

ଯାଜପୁର (ଗୁଲାମ ଗସ୍): ନିଶା ବ୍ୟବସାୟୀମାନେ ପୁଲିସ୍ ଓ ଅବକାରୀ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଖସିଯିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ପରିବା ବୋଝେଇ ଗାଡ଼ିରେ ମଦ ଚାଲାଣ କରୁଛନ୍ତି। ଏଭଳି ଏକ ଘଟଣା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ଆଜି ଯାଜପୁର ଟାଉନ୍‌ ବାଳାଶ୍ରମ ପଡ଼ିଆରୁ ଏକ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନରୁ ୫ଟି ପେଟି ମଦ ଜବତ କରିଛି ଅବକାରୀ ବିଭାଗ। ଜବତ ମଦର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କା ହେବ। ଜବତ ମଦ ଗୁଡ଼ିକ ନାମୀ ଦାମୀ ବ୍ରାଣ୍ଡର ବୋଲି ଜଣାପଡ଼ିଛି।

ପଶ୍ଚିମବଙ୍ଗରୁ ଆସୁଥିବା ଏକ ପରିବା ବୋଝେଇ ଗାଡ଼ିରେ ମଦ ଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପରିବା ଗାଡ଼ିଟି ଯାଜପୁର ଟାଉନର ବାଳା଼ଶ୍ରମ ପଡ଼ିଆରେ ପହଞ୍ଚିବା ପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି।

[ad_2]
Show More
Back to top button