ଦୁର୍ଘଟଣା

ପଥର ତଳେ ଚାପିହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଅଘଟଣ ଘଟିଛି। ପଥର କାଟିବା ବେଳେ ଅତଡ଼ା ଧସିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତିନି ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ

ଖଲ୍ଲିକୋଟର ଭକ୍ତ ପରିଡ଼ା, ଟାଙ୍କଣପାଲି ଗାଁର ପଙ୍କଜ ଦାସ ଓ ନମିତା ନାୟକ ଆଜି ଅପରାହ୍ନରେ ପୁରୁଷୋତ୍ତମପୁରସ୍ଥିତ ଭାତକୁମରଡ଼ା ପଥର ଖଣିରେ କାମ କରୁଥିଲେ। ପଥର କାଟିବା ବେଳେ ଅତଡ଼ା ଧସିବାରୁ ୩ ଜଣ ଶ୍ରମିକ ଚାପି ଯାଇଥିଲେ। ଚିତ୍କାର ଶୁଣି ପ୍ରାୟ ୧୫ ମିନିଟ୍‌ ପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

[ad_2]
Show More
Back to top button