ଦେଶ

ପତଞ୍ଜଳୀ ଉପରେ ରୋକ: ଆୟୁଷ ମନ୍ତ୍ରଣାଳୟ ବାହାର କରିବ କରୋନା ଔଷଧ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀକୁ ଜୋରଦାର ଝଟକା ଦେଇଛି ଆୟୁଷ ମନ୍ତ୍ରଣାଳୟ। ପତଞ୍ଜଳୀ ମଙ୍ଗଳବାର ଆୟୁର୍ବେଦର ବ୍ୟବହାର କରି କରୋନାକୁ ହରାଇ ପାରୁଥିବା ଔଷଧ ବାହାର କରିଥିବା ଦାବି କରିଥିଲା। ଏଥିସହ ୩ରୁ ୧୫ ଦିନ ମଧ୍ୟରେ ପତଞ୍ଜଳୀର କରୋନିଲ ଔଷଧ ଖାଇଲେ ଜଣେ କରୋନା ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଖୋଦ ରାମଦେବ କହିଥିଲେ।

ହେଲେ ପତଞ୍ଜଳୀର ଔଷଧ ବିକ୍ରି ଓ ପ୍ରଚାର ଉପରେ ଆୟୁଷ ମନ୍ତ୍ରଣାଳୟ ରୋକ ଲଗାଇଛି। ପତଞ୍ଜଳୀ କେମିତି ଔଷଧ ତିଆରି କଲା, ତା’ର ତଥ୍ୟ ଆୟୁଷ ମନ୍ତ୍ରଣାଳୟ ମାଗିଛି। ଏଥିସହ ଜୁଲାଇ ମାସରୁ ଆୟୁଷ ମନ୍ତ୍ରଣାଳୟ ନିଜସ୍ୱ କରୋନା ଔଷଧ ବାହାର କରିବ ବୋଲି ଆଜି ଘୋଷଣା କରିଛି।

ଆହୁରି ପଢ଼ନ୍ତୁ

ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି, “ପ୍ରୋଟକଲ ଅନୁଯାୟୀ ପତଞ୍ଜଳୀ ବାହାର କରିଥିବା କରୋନିଲ ମେଡିସିନକୁ ବିକ୍ରି କିମ୍ବା ପ୍ରଚାର କରିପାରିବ ନାହିଁ। ଟ୍ୟାକ୍ସଫୋର୍ସ ଏହାକୁ ଅନୁମତି ଦେଲେ ଯାଇ ଏହା ବଜାରକୁ ପ୍ରବେଶ କରିବ। ତେବେ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ତା’ର ନିଜସ୍ୱ କାରୋନା ଔଷଧ ଜୁଲାଇ ମାସରୁ ବଜାରକୁ ଛାଡ଼ିବ।”

ସେ ଆହୁରି କହିଛନ୍ତି, “ଏହା ଭଲ କଥା ଯେ ବାବା ରାମଦେବ ନୂଆ ଔଷଧ ଦେଶକୁ ଦେଇଛନ୍ତି। ହେଲେ ନିୟମ ଅନୁଯାୟୀ ଏହା ପ୍ରଥମେ ଆୟୁଷ ମନ୍ତ୍ରଣାଳୟକୁ ଆସିବାର ଥିଲା। ପତଞ୍ଜଳୀ ଆମକୁ ଏକ ରିପୋର୍ଟ ଦେଇଛି। ରିପୋର୍ଟର ଯାଞ୍ଚ କରାଯିବ ଓ ଏହାପରେ ପତଞ୍ଜଳୀ ବାହାର କରିଥିବା ଔଷଧକୁ ବିକ୍ରି ପାଇଁ ଅନୁମତି ଦିଆଯିବ କି ନାହିଁ ତା’ର ବିଚାର କରାଯିବ।”

[ad_2]
Show More
Back to top button