ପଙ୍ଗପାଳ ଚିନ୍ତା, ପାଇଲଟଙ୍କ ପାଇଁ ସର୍କୁଲାର ଜାରି କଲା ଡିଜିସିଏ

ମୁମ୍ୱାଇ: ପଙ୍ଗପାଳ ଏବେ ଚାଷୀ ସହିତ ବିମାନ ଚାଳକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନଜରରେ ରଖି ଆଭିଏସନ ବିଭାଗର ନିର୍ଦ୍ଦେଶକ ବିମାନ ଚାଳକ ତଥା ପାଇଲଟ ମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆକାଶରେ ବିମାନ ଉଡିବା ବେଳେ ଯଦି କୌଣସି ସ୍ଥାନରେ ପଙ୍ଗପାଳଙ୍କର ସୂଚନା ମିଳେ ତା’ହେଲେ ସୂଚନା ଦେବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ

ସାଧାରଣତଃ ପଙ୍ଗପାଳ କମ୍ ଉଚ୍ଚତାରେ ଉଡ଼ି ବୁଲନ୍ତି। ତେଣୁ ବିମାନ ଅବତରଣ କରିବା ବେଳେ କିମ୍ୱା ଉଡ଼ିବାକୁ ଆରମ୍ଭ କରୁଥିବାବେଳେ ଅଡ଼ୁଆ ସୃଷ୍ଟି କରିପାରନ୍ତି। ଯଦି ବିମାନ ଉଡ଼ିବା ବେଳେ ପଙ୍ଗପାଳ ଆସିଯିବେ ତା’ହେଲେ ବିମାନ ଚାଳକ ଅଡ଼ୁଆରେ ପଡ଼ିବାର ସମ୍ବାବନା ରହିଛି। ଏମିତିକି ପଙ୍ଗପାଳ ପାଇଁ ପାଇଲଟଙ୍କୁ ରାସ୍ତା ଦେଖାଯାଇନପାରେ। ଏଭଳି ସ୍ଥିତରେ ଦୁର୍ଘଟଣା ହେବାର ଆଶଙ୍କା ରହିଛି ବୋଲି ଡିଜିସିଏ ଅନୁଭବ କରିଛି।

[ad_2]
Exit mobile version