ଏସସି ଓ ଏସଟି ୧୦୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପାଇଁ ସ୍ଥାପନ


ସତ୍ୟଶିଖା (ଭଦ୍ରକ) ୧୬/୧୨/୨୦୨୦ : ୧୬ କୋଟି ଟଙ୍କା ବ୍ୟୟ ରେ ୧୦୦୦ ଶଯ୍ୟା ବିଶିଷ୍ଟ ଏସସି, ଏସଟି ହଷ୍ଟେଲ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଭଦ୍ରକ ଜିଲ୍ଲାରେ ଦୁଇଟି ୫୦୦ ଶଯ୍ୟା ବିଶିଷ୍ଟ ବାଳିକା ଓ ବାଳକଙ୍କ ଏସସି ଓ ଏସଟି ହଷ୍ଟେଲର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଭଦ୍ରକ ବ୍ଲକର ହରିପୁର ଓ ଲାଙ୍ଗୁଡ଼ିଠାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦୦୦ ଶଯ୍ୟା ବିଶିଷ୍ଟ ଏସସି ଓ ଏସଟି ହଷ୍ଟେଲ ନିର୍ମାଣ ପାଇଁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ସରୋଜ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଲାଙ୍ଗୁଡ଼ି ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ N.P.C.Cର ଶାଖା ପରିଚାଳକ ଶେଖର କୁମାର ଯୋଗ ଦେଇ ନିର୍ମିତ ହେବାକୁ ଥିବା ହଷ୍ଟେଲ ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ହଷ୍ଟେଲର କାର୍ଯ୍ୟ ୧୮ ମାସ ମଧ୍ୟରେ ସମାପ୍ତ ହେବ । ଏହି ହଷ୍ଟେଲର ଅନ୍ତେବାସୀଙ୍କୁ ଖାଇବା , ରହିବା ସହ ସ୍କୁଲ କିମ୍ବା କଲେଜକୁ ଗମନାଗମନ ପାଇଁ ମଧ୍ୟ ମାଗଣାରେ ସେବା ଯୋଗାଇଦିଆଯିବ ।