ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର, ନର୍ସଙ୍କୁ ‘କରୋନା’

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନୟାଗ଼ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଉଭୟଙ୍କ ସ୍ୱାବ ଟେଷ୍ଟ ପଜିଟିଭ ଆସିବା ପରେ ଦୁଇଜଣଙ୍କୁ ଭୁବନେଶ୍ୱର ସମ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ କୌଣସି ଲକ୍ଷଣ ନ ଥିବା କହିଛନ୍ତି ସିଡିଏମ୍ଓ।ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିଥିବା ସିଡିଏମ୍ଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ ସିଲ୍‌ କରାଯାଇଛି। ପୂରା ମେଡିକାଲ୍‌କୁ ସାନିଟାଇଜ୍ କରାଯାଇଛି। ଏହାଛଡ଼ା ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଖୋଜା ଚାଲିଛି। ତେବେ କେଉଁ ପରିସ୍ଥିତିରେ ସେମାନଙ୍କୁ କରୋନା ହେଲା, ତାହା ଜଣାପଡ଼ି ନାହିଁ।

[ad_2]
Exit mobile version