ଦେଶ

ନୂଆ ଆଶା ସୃଷ୍ଟି କଲା ଆଲୋଚନା: ଭାରତ-ଚାଇନା ସମ୍ପର୍କ ସୁଧୁରିବ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଆଲୋଚନା ଦ୍ୱାରା ସୁଧୁରିବ ବୋଲି ଆଶା ସୃଷ୍ଟି ହୋଇଛି। ଲଦାଖର ପାଙ୍ଗୋଙ୍ଗ ଟିଏସଓରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆଜି ଉଭୟ ଦେଶ ପୁଣିଥରେ ସାମରିକ ସ୍ତରୀୟ ବୈଠକ କରିଥିଲେ।

ଏହି ବୈଠକ ସକରାତ୍ମକ ରହିଛି ଏବଂ ଆଗକୁ ମଧ୍ୟ ଆଲୋଚନା ଜାରି ରହିବ ବୋଲି ଜଣାପଡ଼ିଛି। ପୂର୍ବରୁ ବସିଥିବା ବୈଠକ ଯୋଗୁ ଗତକାଲି ଚାଇନା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ସହ ସୀମାରୁ ପ୍ରାୟ ୨.୫ କିମି ପଛକୁ ସେନାକୁ ଘୁଞ୍ଚାଇ ନେଇଥିଲା। ତଥାପି ପାଙ୍ଗୋଙ୍ଗ ଟିଏସଓକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ରହିଥିବାରୁ ଆଜି ମେଜର ଜେନେରାଲ ରାଙ୍କର ଅଫିସରଙ୍କୁ ନେଇ ବୈଠକ ବସିଥିଲା।

ଏହି ବୈଠକରେ ଲଦାଖ ସୀମାରେ ଚାଲିଥିବା ଉତ୍ତେଜନାକୁ କେମିତି ହ୍ରାସ କରାଯାଇ ପାରିବ ତା’ ଉପରେ ଆଲୋଚନା ହୋଇଥିଲା। ସୂତ୍ର ଅନୁଯାୟୀ, ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ଆଲୋଚନା ବେଶ ସକାରାତ୍ମକ ରହିଛି। ଆଗକୁ ମଧ୍ୟ ଏଲଏସିରେ ବିବାଦକୁ ହ୍ରାସ କରିବା ପାଇଁ ଅନେକ ପ୍ରକାରର ଆଲୋଚନା ଜାରି ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ

ଚାଇନା ପକ୍ଷରୁ କୁହାଯାଇଛି ଯେ ଉଭୟ ଦେଶ ମଧ୍ୟରେ ହୋଇଥିବା ସାମରିକସ୍ତରୀୟ ଆଲୋଚନା ବେଶ ସକାରାତ୍ମକ ଫଳାଫଳ ଆଣିଛି। ଆଗକୁ ମଧ୍ୟ ଆଲୋଚନା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ଭୁଲ ବୁଝାମଣା ସମାଧାନ ହୋଇପାରିବ।

ସୀମାରେ ତିକ୍ତତା ଯୋଗୁ ଉଭୟ ଦେଶ ପକ୍ଷରୁ ପୂର୍ବ ଲଦାଖର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ସୈନ୍ୟ ମୁତୟନ କରାଯାଇଥିଲା। ତେବେ ଦୁଇ ଦେଶ ସହମତି ଭିତ୍ତିରେ ଗତକାଲି ସେନା ପ୍ରତ୍ୟାହାର କରିବା ଆରମ୍ଭ କରିଥିଲେ।

ଚାଇନା ପକ୍ଷରୁ ଇଷ୍ଟର୍ଣ୍ଣ ଲଦାଖର ଗଲୱାନ ଉପତ୍ୟକା, ପିପି-୧୫ ଓ ହଟ ସ୍ପ୍ରିଙ୍ଗସରୁ ସେନା ପଛକୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରାୟ ୨ରୁ ୨.୫ କିମି ପଛକୁ ଚାଇନା ସେନା ପଛକୁ ଘୁଞ୍ଚି ଯାଇଥିଲେ। ଭାରତ ମଧ୍ୟ ଉପରୋକ୍ତ ଅଞ୍ଚଳର ସେନା ଓ ଗାଡ଼ିଗୁଡ଼ିକ ପ୍ରତ୍ୟାହାର କରିଛି।

ତେବେ ପାଙ୍ଗୋଙ୍ଗ ଲେକ୍‌ରେ ଭାରତ ଓ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏହି ସ୍ଥାନରେ ହିଁ ପ୍ରଥମେ ଦୁଇ ଦେଶର ସେନା ପରସ୍ପରକୁ ଲାଠି ଓ ପଥର ମାଡ଼ କରିଥିଲେ। ଏଠାରେ ବିବାଦ ପୂର୍ବଭଳି ଜାରି ରହିଛି।

[ad_2]
Show More
Back to top button