ରାଜ୍ୟ

ନୂଆପଡ଼ାରେ ପୁଣି ୧୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲାରେ ପୁଣି ୧୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ସିନାପାଲିରୁ ୩, ଭେଡେନରୁ ୩, ଖଡ଼ଇାଳରୁ ୪, ନୂଆପଡ଼ାରୁ ୨ ଜଣ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧ ମୁମ୍ବାଇ ଓ ଜଣେ ହାଇଦ୍ରାବାଦ ଫେରନ୍ତା। ସମସ୍ତ ଆକ୍ରାନ୍ତ ପୁରୁଷ ଓ କ୍ୱାରେଣ୍ଟାଇନ୍‌ରେ ଥିଲେ। ରକ୍ତ ଓ ସ୍ୱାବ ଟେଷ୍ଟ ରିପୋଟ୍‌ ପଜିଟିଭ ଆସିବା ପରେ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏମାନଙ୍କୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୫ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ଆଜି ଗୋଟିଏ ଦିନରେ ଏମାନଙ୍କୁ ମିଶାଇ ରାଜ୍ୟରେ ୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସଞ୍ଜ ବେଳେ ପୁଣି ୧୨ ଜଣ ନୂଆପଡ଼ା ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। କୌଣସି ଆକ୍ରାନ୍ତ ସୁସ୍ଥ ହୋଇନାହାନ୍ତି।

ତେବେ ରାଜ୍ୟର ଚିତ୍ରକୁ ଦେଖିରେ ଆଜି ସୁଦ୍ଧାରେ ‘କରୋନା’ରେ ୧୭୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୭୪୯ ଜଣ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

[ad_2]
Show More
Back to top button