ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ୍ – Satyasikha

ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର ଉପକଣ୍ଠ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ  କଣ୍ଟେନମେଣ୍ଟ କରାଯାଇଛି। ଗୋଟିଏ ପରିବାରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍‌ସି ଏହି ପଦକ୍ଷେପ ନେଇଛି।

ନୂଆଗାଁ ଅଞ୍ଚଳରୁ ମୋଟ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘରୁ ନ ବାହାରିବାକୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଅପିଲ କରିଛନ୍ତି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ରାଜଧାନୀରୁ ୩୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୬ ଜଣ ସୁସ୍ଥ ହୋଇଛନ୍ତି। ୧୪୮ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଭୁବନେଶ୍ୱରରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version