ନୀତୀଶ କୁମାରଙ୍କ ପାଖରେ ବସିଥିବା ନେତାଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାବ ସଂଗ୍ରହ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ନୀତୀଶ କୁମାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିଜେପିର ଜଣେ ନେତାଙ୍କ ପାଖରେ ବସିଥିଲେ। ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବାରୁ ନୀତୀଶ କୁମାର ଓ ତାଙ୍କ ସହଯୋଗୀମାନଙ୍କୁ ସଂକ୍ରମଣର ଭୟ ଘାରିଛି।

ଏଥିପାଇଁ ଆଜି ନୀତୀଶ କୁମାର ଓ ତାଙ୍କ ସହଯୋଗୀମାନଙ୍କର କରୋନା ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ କରାଯାଇଛି। ଜୁଲାଇ ୧ରେ ବିହାର ବିଧାନ ପରିଷଦର ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ। ଏଥିରେ ନୀତୀଶ କୁମାର ଯୋଗଦେଇଥିଲେ। ପରିଷଦର ଅଧ୍ୟକ୍ଷ ଅୱାଦେଶ ନାରାୟଣ ସିଂହ ଶୁକ୍ରବାର ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଇଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଆହୁରି ପଢ଼ନ୍ତୁ

ତେବେ ଶପଥପାଠ ଉତ୍ସବ ବେଳେ ନୀତୀଶ କୁମାର ମଞ୍ଚ ଉପରେ ଶ୍ରୀ ସିଂହ ଓ ଅନ୍ୟ ଦୁଇ ଜଣ ନେତାଙ୍କ ପାଖରେ ବସିଥିଲେ। ସେହିପରି ଉପମୁଖ୍ୟ ମନ୍ତ୍ରୀ ସୁଶୀଲ ମୋଦି, ବାଚସ୍ପତି ବିଜୟ କୁମାର ଚୌଧୁରୀ, ମନ୍ତ୍ରୀ ଶ୍ରବଣ କୁମାର, ମଙ୍ଗଳ ପାଣ୍ତେ ଓ ବିନୋଦ ଝା ଉପସ୍ଥିତ ଥିଲେ।

ବିଜେପିର ଚିଫ ୱିପ ରୀନା ଯାଦବ ଓ ବିଧାୟକ ଅବଦୁଲ ବରୀ ସିଦ୍ଦିକି ବି ଶପଥପାଠ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତେଣୁ ସମସ୍ତଙ୍କର କରୋନା ଟେଷ୍ଟ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version