ଦେଶନ୍ୟୁଜ୍

ନୌସେନାରେ ସାମିଲ ହେଲା ପ୍ରଥମ ସ୍ୱଦେଶୀ ବିମାନ ‘ଆଇଏନଏସ ବିକ୍ରାନ୍ତ’

ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୯ . ୨୦୨୨:  ଭାରତୀୟ ନୌସେନା ପାଇଁ ଆଜିର ଦିନ ଖୁବ ମହତ୍ତ୍ୱପୂର୍ଣ୍ଣ। ନୌସେନାରେ ସାମିଲ ହୋଇଛି ପ୍ରଥମ ସ୍ୱଦେଶୀ ବିମାନ ‘ଆଇଏନଏସ ବିକ୍ରାନ୍ତ’। ଆଇଏନଏସ ବିକ୍ରାନ୍ତର ହେଲା ଜଳାବତରଣ।
‘ଆଇଏନଏସ ବିକ୍ରାନ୍ତ’ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି। ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି ‘ଆଇଏନଏସ ବିକ୍ରାନ୍ତ’। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ଏହା ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ। ଆତ୍ମନିର୍ଭର ଭାରତର ଏହା ପ୍ରତୀକ। ଏହା ଦେଶକୁ ଏକ ନୂଆ ବିଶ୍ୱାସରେ ଭରି ଦେଇଛି। ଆଜି ଠାରୁ ଭାରତ ଗୁଲାମୀର ବୋଝ ଅପସରି ଯାଇଛି। ଭାରତୀୟ ନୌସେନାର ଶକ୍ତି ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱକୁ ସଶକ୍ତ ଭାରତର ଆବଶ୍ୟକତା ରହିଛି। ନୌସେନାର ନୂଆ ଧ୍ୱଜ ନୂଆ ଶକ୍ତି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କୋଚି ସିପ୍‍ୟାର୍ଡରେ ବିକ୍ରାନ୍ତକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଆଇଏନଏସ ବିକ୍ରାନ୍ତ’ ସମର୍ପିତ ହୋଇଛି। ବିକ୍ରାନ୍ତ ସାମିଲ ପରେ ଭାରତୀୟ ନୌସେନାର ଶକ୍ତି ଦୃଢ ହେବ। ନୌସେନାକୁ ମହାସାଗରର ମହାବଳୀ ମିଳିଛି। ନୌସେନାର ଉଭୟ ଆକ୍ରମଣତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହେବ। ନୌସେନାର ନୂଆ ଧ୍ୱଜାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନାବରଣ କରିଛନ୍ତି। ବିକ୍ରାନ୍ତ ନିର୍ମାଣରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Show More
Back to top button