ନିର୍ଭୟା: ଦିଲ୍ଲୀ କୋର୍ଟରେ ମୁକେଶ ନିରାଶ, ନୂଆ ଆବେଦନ ଖାରଜ

ନୂଆଦିଲ୍ଲୀ: ଫାଶୀଦଣ୍ଡ ଟାଳିବାକୁ ନିର୍ଭୟା ଦୋଷୀମାନେ ଗୋଟିଏ ପରେ ଗୋଟିଏ ଭେଳିକି ଦେଖାଇବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଜି ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ଦିଲ୍ଲୀର ଏକ କୋର୍ଟରେ ନୂଆ ଆବେଦନ କରିଥିଲା। ହେଲେ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି। ୨୦୧୨ ଡିସେମ୍ବର ୧୬ ରାତିରେ ନିର୍ଭୟା ନାମକ ପାରାମେଡିକାଲ ଛାତ୍ରୀଙ୍କୁ ମୁକେଶ ଓ ତା’ର ୪ ଜଣ ଦୋଷୀ ଭୟଙ୍କର ଢଙ୍ଗରେ ଗଣଦୁଷ୍କର୍ମ କରିଥିଲେ।

ତେବେ ଘଟଣା ଦିନ ମୁକେଶ ଦିଲ୍ଲୀରେ ନଥିଲା ବୋଲି କହିଛି। ଏଥିସହ ପୁଣିଥରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେ ଆବେଦନ କରିଥିଲା। ତେବେ ଦିଲ୍ଲୀ କୋର୍ଟରେ ମୁକେଶର ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ମୁକେଶ ତା’ର ଆବେଦନରେ କହିଥିଲା ଯେ ୨୦୧୨ ଡିସେମ୍ବର ୧୭ରେ ପୁଲିସ୍‌ ତା’କୁ ରାଜସ୍ଥାନରୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ

ଏହାପରେ ତା’କୁ ଦିଲ୍ଲୀ ଆଣି ନିର୍ଭୟା ମାମଲାରେ ଯୋଡ଼ିଥିଲା। କିନ୍ତୁ ଘଟଣା ଦିନ ସେ ଦିଲ୍ଲୀରେ ନଥିଲା। ତେଣୁ ତା’କୁ ମିଳିଥିବା ଫାଶୀ ଦଣ୍ଡକୁ ରଦ୍ଦ କରାଯାଉ ବୋଲି ସେ ଦାବି କରିଥିଲା। ହେଲେ ମାମଲାର ଶୁଣାଣି ବେଳେ ସରକାରୀ ଓକିଲ ଏହି ଆବେଦନକୁ ବିରୋଧ କରିଥିଲେ।

କେବଳ ଫାଶୀ ତାରିଖକୁ ଟାଳିବା ପାଇଁ ମୁକେଶ ଏଭଳି କରିଥିବା ସେ କୋର୍ଟଙ୍କୁ ଅବଗତ କରାଇଥିଲେ। ଶେଷରେ ଆଡିସନାଲ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ପୂର୍ବ ରାୟ ସଂରକ୍ଷିତ ରଖିବା ସହ ମୁକେଶର ଆବେଦନକୁ ଖାରଜ କରିଦେଇଛନ୍ତି।

ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି।



[ad_2]
Source link

Exit mobile version