ଦେଶ

କଶ୍ମୀରରେ ଆରମ୍ଭ ହେବ 4G ସେବା ଅଗଷ୍ଟ ୧୫ ପରେ l

ସତ୍ୟଶିଖା ( କଶ୍ମୀର ) ୧୧.୦୮.୨୦୨୦ :  କଶ୍ମୀରରେ ଆରମ୍ଭ ହେବ 4G ସେବା ଅଗଷ୍ଟ ୧୫ ପରେ । ଏ ନେଇ ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଅଗଷ୍ଟ ୧୫ ପରେ ପରୀକ୍ଷାମୂଳକ ଭାବରେ ଏହି ସେବା ଆରମ୍ଭ କରାଯିବ । ଜମ୍ମୁ ଓ କଶ୍ମୀରର ଗୋଟିଏ ଗୋଟିଏ ଜିଲ୍ଲାରେ ଏହାର ପରୀକ୍ଷା ଆରମ୍ଭ ହେବ । 4G ସେବାକୁ ଧୀରେ ଧୀରେ ଆରମ୍ଭ କରାଯିବ ।

ପ୍ରଥମେ କମ ସମ୍ବେଦନଶୀଳ ଅଞ୍ଚଳରେ ହିଁ ଏହାକୁ ଚାଲୁ କରାଯିବ । ଗତବର୍ଷ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଓ ୩୫-A କୁ ହଟାଯାଇଥିଲା । ଏହି ଧାରା ହଟାଯିବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ଇଣ୍ଟରନେଟ ଓ ଫୋନସେବାକୁ ବନ୍ଦ କରାଯାଇଥିଲା । ଏହାର କିଛିଦିନ ପରେ ଅଞ୍ଚଳରେ 2G ସେବା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।

Show More
Back to top button