

ସତ୍ୟଶିଖା ( କଟକ ) ୦୭ .୦୮ .୨୦୨୦ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ହରିଅନ୍ତା ନିକଟରେ ଏକ ପିକଅପ ବାଇକୁ ଧକ୍କା ଦେଇଛି । ଘଟଣା ସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତ ଜଣକ ହେଲେ ହରିଅନ୍ତା ଗ୍ରାମର ସୁରେନ୍ଦ୍ର ଖୁଣ୍ଟିଆ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଛି । ଏହାସହ ପିକପ ଓ ବାଇକଟିକୁ ଜବତ କରିଛି ପୋଲିସ । ତେବେ ରାସ୍ତା କଡରେ ବେଆଇନ୍ ଭାବେ ଟ୍ରକ, ଟଲର ପାର୍କିଙ୍ଗ୍ ହେଉଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।