ନାବାଳିକାଙ୍କ ଗର୍ଭପାତ ଘଟଣା; ନିଲମ୍ବିତ ହେଲେ ଥାନାଧିକାରୀ

ରାଉରକେଲା(ପବନ ତିୱାରୀ): ପୁଣି ଖାକିରେ ଲାଗିଲା ଦାଗ। ଜଣେ ନାବାଳିକାଙ୍କ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ। ନାବାଳିକା ଗର୍ଭପାତ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବୀରମିତ୍ରପୁର ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍ l

ଜଣେ ଡିଏସ୍‌ପି ଏପରି ସ୍ପର୍ଷକାତର ଘଟଣାର ତଦନ୍ତ କରୁଛନ୍ତି l କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ଥାନା ଅଧିକାରୀଙ୍କୁ ନିଲମ୍ବନ କରିଯାଇଛି l ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ ଆଇନ୍ ଅନୁଯାୟୀ ସେମାନଙ୍କ ବିରୋଧରେ  କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଆଇଜି କବିତା ଜଲାନ୍ I

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗରେ ରାଏବୋଗା ଥାନାରେ ୬ ଜଣଙ୍କ ନାମରେ  ମାମଲ ରୁଜୁ ହୋଇଛି l ସେମାନଙ୍କ ମଧ୍ୟରେ ବୀରମିତ୍ରପୁର ଥାନା ଅଧିକାରୀଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ, ନାବାଳିକାଙ୍କ ସମ୍ପର୍କୀୟ, ୨ ସାଙ୍ଗ ଓ ଗର୍ଭପାତ କରାଇଥିବା ଡାକ୍ତର ଅଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version