ନବ ଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଲେ ଶ୍ରୀଜିଉ

ପୁରୀ (ସତ୍ୟଶିଖା): ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ଜନ୍ମବେଦି ଓ ବଡ଼ଦାଣ୍ଡରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଛିନ୍ତି ଚତୁର୍ଦ୍ଧାମୂରତି। ବିଜେ କାହାଳୀ ବାଜିବା ପରେ ପ୍ରଥମେ ରଥ ଉପରୁ ରତ୍ନବେଦୀ ଅଭିମୁଖେ ଯାଇଥିଲେ ସୁଦର୍ଶନ। ଏହାପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ରତ୍ନବେଦୀକୁ ବିରାଜମାନ କରିଥିଲେ। ଘଣ୍ଟ ଘଣ୍ଟା ସହ ହରିବୋଲରେ ଫାଟି ପଡିଥିଲା ସାରା ପରିବେଶ।  ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଆସିଥିଲେ ମହାପ୍ରଭୁ କାଳିଆ ସାଆନ୍ତ।

ଆହୁରି ପଢ଼ନ୍ତୁ

ତେବେ ରଥଯାତ୍ରାରେ ସାଙ୍ଗରେ ନେଇ ନଥିବାରୁ ଅଭିମାନ କରିଥିଲେ ମାଆ ଲକ୍ଷ୍ମୀ ଠାକୁରାଣୀ। କିନ୍ତୁ ରସଗୋଲା ଖୁଆଇ ମାନଭଞ୍ଜନ କରାଇଥିଲେ ମହାବାହୁ। ଆଉ ବାହୁଡ଼ିଯାଇଥିଲେ ନୀଳକନ୍ଦରକୁ। ଏହାସହ ସମ୍ପନ୍ନ ହୋଇଥିଲା ଏବର୍ଷର ଘୋଷଯାତ୍ରା। କାଲିଠୁ ଆରମ୍ଭ ହେବ ଶ୍ରୀଜିଉଙ୍କ ସାଧାରଣ ଦୈନନ୍ଦିନ ନୀତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version