ରାଜନୀତି

ନବୀନଙ୍କ ପଞ୍ଚମ ପାଳି ସରକାରକୁ ବର୍ଷେ, ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଣ୍ଟ

ଭୁବନେଶ୍ୱର(ସତ୍ୟଶିଖା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଗଠିତ ପଞ୍ଚମ ପାଳି ସରକାରକୁ ଆସନ୍ତାକାଲି ଏକ ବର୍ଷ ପୂରଣ ହେବ। ୨୦୧୯ ମେ’ ୨୯ତାରିଖରେ ନବୀନ କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କରୋନା ଯୋଗୁ ସରକାରର ବର୍ଷ ପୂର୍ତ୍ତିକୁ ଶାସକ ଦଳ ପାଳନ କରୁନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କେତେକ ନୂଆ କାର୍ଯ୍ୟକ୍ରମ ଘୋଷଣା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ

ସୂଚନା ଅନୁସାରେ, ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଥର ଭଳି ଏଥର ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ସାମିଲ ହେବାର ସମ୍ଭାବନା ରହିଛି। ସେହିପରି ଦିନ ୧୨ଟା ୧୫ମିନିଟରେ ମନ୍ତ୍ରିପରିଷଦ ବୈଠକ ମଧ୍ୟ ବସିବ। ତେବେ ଉଭୟ ବୈଠକରେ କେଉଁ ସବୁ ଏଜେଣ୍ଡା ସ୍ଥାନ ପାଇବ ସେ ନେଇ ଆନୁଷ୍ଠାନିକ ଭାବେ ମନ୍ତ୍ରୀମାନଙ୍କୁ କିଛି ସୂଚନା ଦିଆଯାଇନାହିଁ।

ଉଭୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକରେ ସ୍ଥାନ ପାଇବାକୁ ଥିବା ଏଜେଣ୍ଡାକୁ ଚୂଡ଼ାନ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ କରୋନା ମହାମାରୀ ଓ ସାମୁଦ୍ରିକ ଝଡ଼ ‘ଆମ୍ଫନ’ କ୍ଷୟକ୍ଷତି ଯୋଗୁ ରାଜକୋଷ ଉପରେ ଚାପ ମଧ୍ୟରେ ରାଜ୍ୟରେ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକୁ ତ୍ୱରାନ୍ୱିତ ସମେତ ଆଗାମୀ ବର୍ଷକ ନିମନ୍ତେ ଯୋଜନା ଖସଡ଼ା ପ୍ରସ୍ତୁତ ହୋଇଛି। ଯାହାକୁ ଆସନ୍ତାକାଲି କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି।

[ad_2]
Show More
Back to top button