ନବରଙ୍ଗପୁର ଜିଲ୍ଲା ସପ୍ତାହାନ୍ତ ଶଟ୍‌ଡାଉନ୍ – Satyasikha

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଲାଣି।  ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ପ୍ରତି ଶନିବାର ଓ ରବିବାର ଶଟଡାଉନ୍‌ ହେବ ନବରଙ୍ଗପୁର ଜିଲ୍ଲା।

ଆହୁରି ପଢ଼ନ୍ତୁ

ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ଲାଗୁ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଦିନରେ ସକାଳ ୭ରୁ ଅପରାହ୍ନ ୨ଟା ଯାଏଁ ଖୋଲା ରହିବ ଦୋକାନ, ବଜାର। ରାତ୍ରକାଳୀନ କର୍ଫ୍ୟୁରେ କୌଣସି ସ୍ଥାନରେ ୭ରୁ ଅଧିକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version