ରାଜ୍ୟ

ନନ୍ଦନକାନନରେ ଆଖି ବୁଜିଲା ସୂରଜ | Satyasikha

ଭୁବନେଶ୍ୱର(ସତ୍ୟଶିଖା) ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୂରଜ। ଗତ କିଛି ଦିନ ଧରି ବ୍ଲାଡ୍ ପ୍ରୋଟୋଜନ୍ ଇଡ଼ଫେକ୍ସନ୍‌ରେ ପୀଡ଼ିତ ଥିଲା ସୂରଜ। ତେବେ ଗତକାଲି ଅପରାହ୍ନରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ଗତକାଲି ରାତିରେ ତାର ମୃତ୍ୟୁ ହୋଇଛି। ୧୬ ବର୍ଷ ବୟସରେ ସୂରଜର ମୃତ୍ୟୁ ହୋଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

୨୦୦୪ ମସିହା ଜୁଲାଇରେ ଭଞ୍ଜନଗର ଅଞ୍ଚଳରୁ ସୂରଜକୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ସେ ୩ରୁ ୪ ମାସର ଛୁଆ ଥିଲା। ବୟସାଧିକ ହେତୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଏହି ବାଘର ଗତ ରାତିରେ ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ପରିବେଶବିତ୍‌ଙ୍କ ମନରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

ସୂରଜର ମୃତ୍ୟୁ ପରେ ଏବେ ନନ୍ଦନକାନନରେ କେବଳ ୩ଟି ପୁରୁଷ ଓ ୨ଟି ମାଈ କଲରାପତରିଆ ବାଘ ରହିଛନ୍ତି।

 



[ad_2]
Source link

Show More
Back to top button