ନନାଙ୍କ ନିଖୋଜ ପୋଷ୍ଟର ମାରି ବନ୍ଧାହେଲେ ଦୁଇ

ଭୁବନେଶ୍ୱର(ସତ୍ୟଶିଖା): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ପୋଷ୍ଟର ମାରିବା ମହଙ୍ଗା ପଛି। ବାଲେଶ୍ୱର ଟାଉନ୍‌ ଥାନ ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଟାଉନ ଅଞ୍ଚଳର ଜ୍ଞାନେନ୍ଦ୍ର ମହାନ୍ତି ଓ ଗୌତମ ସାହୁ। ଏବେ ସୁଦ୍ଧା ଆଉ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି। କେନ୍ଦ୍ରମନ୍ତ୍ରୀଙ୍କ ପୋଷ୍ଟର ମରାବା ଅଭିଯୋଗରେ ୪ ଜଣଙ୍କ ନାଁରେ ଏତଲା ହୋଇଥିଲା

ଆହୁରି ପଢ଼ନ୍ତୁ

କେନ୍ଦ୍ରମନ୍ତ୍ରୀ ନିଖୋଜ ନେଇ ସହରରେ ପୋଷ୍ଟର ମରାଯାଇଥିଲା। ବାଲେଶ୍ୱର ଷ୍ଟେସନ ଛକ ଓ ସହରର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ମରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ସୋଶାଲ ମିଡିଆରେ ଏହାକୁ ଅପଲୋଡ୍ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଅପପ୍ରଚାର କରି ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦଙ୍କ ସମ୍ମାନହାନୀ କରାଯାଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏପରି ଘୃଣ୍ୟ କାମ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା।

[ad_2]
Exit mobile version