ନଦୀରୁ ମିଳିଲା ମୋନାଲିସାଙ୍କ ମୃତଦେହ | Satyasikha

ନଦୀରୁ ମିଳିଲା ମୋନାଲିସାଙ୍କ ମୃତଦେହ | satyasikha

ଲମତାପୁଟ (ସତ୍ୟଶିଖା): କୋରାପୁଟ ଜିଲ୍ଲା ପଡ଼ୁଆ ଥାନା ଅନ୍ତର୍ଗତ ପଡ଼େଇ ଗାଁରେ ଶୌଚ ପାଇଁ ଯାଇ ଜଣେ ନାବାଳିକା ନଦୀରେ ଭାସି ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ମୋନାଲିସା କିରିସାନି। ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ।

ଆହୁରି ପଢ଼ନ୍ତୁ

ଗତକାଲି ସନ୍ଧ୍ୟାରେ ମୋନାଲିସା ତାଙ୍କ ସାନ ଭଉଣୀ ସହ ଶୌଚ ପାଇଁ ପଡ଼େଇ ନଦୀ ଘାଟକୁ ଯାଇଥିଲେ। ତେବେ ଘାଟରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ଭାସି ଯାଇଥିଲେ। ଗତକାଲି ଗାଁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଆଜି ସକାଳେ ନଈ କୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

You cannot print contents of this website.

Please enable Browser JavaScript to visit the website.

[ad_2]
Exit mobile version