ରାଜ୍ୟ

ଧ୍ୱଂସାବଶେଷ ତଳୁ ମିଳିଲା ଶିବ ତୀର୍ଥ ମଠର ୧୬ ସମାଧୀ

ଭୁବନେଶ୍ୱର(ସତ୍ୟଶିଖା): ପୁରୁଣା ଭୁବନେଶ୍ୱରରେ ଉଚ୍ଛେଦ କାମ ଚାଲିଥିବା ବେଳେ ଶିବ ତୀର୍ଥ ମଠର ୧୬ଟି ସମାଧୀ ଠାବ ହୋଇଛି। ଏହି ସମାଧୀ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଐତିହାସିକମାନେ ଏହାକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଠାରେ ଏଭଳି ସମାଧୀ ସମ୍ପର୍କରେ ଐତିହାସିକ ତଥା ହେରିଟେଜ ବିଶେଷଜ୍ଞ ଅନୀଲ ଧୀର ଆରକେଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଅଧିକାରୀଙ୍କୁ ଗତମାସ ୧୬ ତାରିଖରେ ଅବଗତ କରାଇଥିଲେ।

ଏହି ସମାଧୀ ଗୁଡ଼ିକ ମାଟି ଓ ଗଛପତ୍ର ମଧ୍ୟରେ ପୋତି ହୋଇ ରହିଥିଲା। ଏହାକୁ ସମସ୍ତେ ଭୁଲି ଯାଇଥିବା ବେଳେ ଉଚ୍ଛେଦ ବେଳେ ଏହାର ଚାରିଖାଖକୁ ଭାଙ୍ଗି ଦିଆଯାଇଛି। ସାମାଧୀ ଆଗରେ ଥିବା ୬ଟି ବିଲଡିଂ ରହିଥିଲା। ଏହାକୁ ଭାଙ୍ଗିବାକୁ ଏହାର ମାଲିକମାନେ ଅନୁମତି ଦେଇଥିଲେ। ଯଦି ସମାଧୀଗୁଡ଼ିକ ଠିକ୍‌ ଭାବେ ଚିହ୍ନଟ ହୋଇପାରି ନଥାଆନ୍ତା, ତା’ହେଲେ ଧ୍ୱଂସାବଶେଷ ତଳେ ଏଗୁଡ଼ିକ ସବୁଦିନ ପାଇଁ ରହିଯାଇଥାନ୍ତା। ବର୍ତ୍ତମାନ ଏଠାରେ ଯେଉଁ ଉଚ୍ଛେଦ କାମ ଚାଲିଛି, ତାହା ବେଶ ନିୟନ୍ତ୍ରଣ ଢଙ୍ଗରେ ଚାଲିଛି। ସମାଧୀକୁ ଯେମିତି କ୍ଷତି ନ ପହଞ୍ଚିବ, ତା’ ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ମାତ୍ର ଦୁଇ ଫୁଟ ଦୂରତାରୁ ହିଁ ଉଚ୍ଛେଦ କାମକୁ ବନ୍ଦ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଶ୍ରୀ ଧୀର କହିଛନ୍ତି, ଏହି ସମାଧୀ ଗୁଡ଼ିକ ସମ୍ଭବତଃ ଶିବ ତୀର୍ଥ ମଠର ମହନ୍ତଙ୍କର ହୋଇଥାଇପାରେ। ଏହି ସମାଧୀଗୁଡ଼ିକ ଗୋଟିଏ ଷ୍ଟ୍ରେଟ ଲାଇନରେ ରହିଛି। ଲିଙ୍ଗରାଜ ମନ୍ଦିର ଓ ମଠର ଇତିହାସ ସମ୍ପର୍କରେ ରେକର୍ଡ ରହିଛି। ମଠର ସମାଧୀ ଇତିହାସରେ ଅନେକ ଗୁରୁତ୍ୱ ବହନ କରେ। ମଠର ଉନ୍ନତିକରଣ କିମ୍ବା ଅନ୍ୟ କୌଣସି କାମ କରାଯାଏ, ତା’ହେଲେ ବି ଏହି ସମାଧୀଗୁଡ଼ିକୁ କେହି ବି ସ୍ପର୍ଶ କରନ୍ତି ନାହିଁ। ଏହି ସମାଧୀଗୁଡ଼ିକ ୧୨ଶ ଶତାବ୍ବୀରୁ ୨୦ତମ ଶତାବ୍ବୀ ଇତିହାର ଟାଇମଲାଇନ। ଏଥିରେ କିଛି ଛୋଟ ଶିବଲିଙ୍ଗ ରହିଛି। କିଛି ବର୍ଷ ତଳେ ଦୁଇଟି ଲିଙ୍ଗଙ୍କୁ କେହି ଚୋରି କରି ନେଇଥିଲେ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button