ଧୋବା, ବାରିକ ଓ ଅଟୋ ଟ୍ରାଇଭରଙ୍କ ପାଇଁ ପ୍ୟାକେଜ ଘୋଷଣା କଲା କର୍ଣ୍ଣାଟକ

ବେଙ୍ଗାଲୁରୁ: କରୋନା ଭାଇରସ ଲକଡାଉନ ଯୋଗୁ ଲୋକଙ୍କୁ ସହଯୋଗ କରିବା ପାଇଁ ଆଜି କର୍ଣ୍ଣାଟକା ସରକାର ୧୬୧୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ସବୁ ରାଜ୍ୟ ଭଳି କର୍ଣ୍ଣାଟକା ସରକାର ପ୍ୟାକେଜ ଘୋଷଣା କରିଥିଲେ ହେଁ ଏଥିରେ କିଛି ସ୍ୱତନ୍ତ୍ରତା ରହିଛି।

ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ସେଲୁନ ବ୍ୟବସାୟୀ ବା ବାରିକ, ଲୁଗାସଫାକାରୀ ବା ଧୋବା, ବୁଣାକାର ଓ ଅଟୋ ଡ୍ରାଇଭରଙ୍କ ପାଇଁ ଏହି ପ୍ୟାକେଜରେ ଆର୍ଥିକ ସହାୟତା ଦେବାକୁ ବ୍ୟବସ୍ଥା କରାଯାଇଛି। ସେହିପରି ଚାଷୀ, ଫୁଲ ବ୍ୟବସାୟୀ, ଟ୍ୟାକ୍ସ ଡ୍ରାଇଭର, ଏମଏସଏମଇ, ବଡ଼ ଶିଳ୍ପସଂସ୍ଥା, ବୁଣାକାର ଓ ଶ୍ରମିକଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ

ଲକଡାଉନ ଯୋଗୁ ଦେଢ଼ ମାସ ହେଲାଣି ସବୁ ବର୍ଗର ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସମସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଥିବା ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା କହିଛନ୍ତି।

ଘୋଷଣା ଅନୁଯାୟୀ, ଫୁଲ ଚାଷୀଙ୍କୁ ପ୍ରତି ହେକ୍ଟର ପିଛା ୨୫ ହଜାର ଟଙ୍କାର ସହାୟତା ମିଳିବ। ବାରିକ ଓ ଧୋବାଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏହାଦ୍ୱାରା ରାଜ୍ୟର ୬୦ ହଜାର ଧୋବା ଓ ୨,୩୦,୦୦୦ ବାରିକ ଉପକୃତ ହେବେ।

ସେହିପରି ରାଜ୍ୟର ୭.୭୫ ଲକ୍ଷ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ବି ୫ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ଏମଏସଏମ ସଂସ୍ଥାଗୁଡ଼ିକର ଦୁଇ ମାସ ଯାଏ କୌଣସି ବିଜୁଳି ବିଲ ଦେବାକୁ ପଡ଼ିବ ନାହିଁ। ସେହିପରି ବଡ଼ ବଡ଼ ଶିଳ୍ପସଂସ୍ଥା ଦୁଇ ମାସର ବିଜୁଳି ବିଲ୍‌ ନିଜ ଇଚ୍ଛାରେ ସୁବିଧାରେ କରିବେ। ଏଥିପାଇଁ କୌଣସି ଫାଇନ ଲାଗୁ କରାଯିବ ନାହିଁ। ବୁଣାକାରଙ୍କ ଖାତାକୁ ସରକାର ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଇବେ। ଏହାଦ୍ୱାରା ୫୪ ହଜାର ବୁଣାକାର ଫାଇଦା ପାଇବେ। ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଖାତାକୁ ଅତିରକ୍ତ ୩ ହଜାର ଟଙ୍କା ଲେଖାଏ ପଠାଯିବ। ପୂର୍ବରୁ ସରକାର ୨ ହଜାର ଟଙ୍କା ଦେଉଥିଲେ।

[ad_2]
Exit mobile version