ଖେଳ

ଧୋନିଙ୍କ ବିରୋଧରେ ଭୁଲ୍ ଖବର ପାଇଁ ବର୍ଷିଲେ ପତ୍ନୀ ସାକ୍ଷୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି କରୋନା ପାଇଁ ଦାନ କରିଥିବା ଅର୍ଥରାଶିକୁ ନେଇ ସୋଶାଲ ମିଡିଆରେ ଖୁବ୍ ଟ୍ରୋଲ୍ ହେଉଛନ୍ତି। କିନ୍ତୁ ଏହି ଟ୍ରୋଲକୁ ନେଇ ଧୋନିଙ୍କ ପତ୍ନୀ ସାକ୍ଷୀ ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ସାକ୍ଷୀ ଟ୍ୱିଟ୍ ଜରିଆରେ ଉଭୟ ଗଣମାଧ୍ୟମ ଏବଂ ଧୋନିଙ୍କୁ ଟ୍ରୋଲ୍ କରୁଥିବା ୟୁଜରଙ୍କୁ ସମାଲୋଚନା କରିଛନ୍ତି।

କରୋନା ଭାଇରସ୍ ଯୋଗୁ ପୂରା ଦେଶରେ ଲକଡାଉନ୍ ସମୟରେ ଦିହାଡି ଶ୍ରମିକଙ୍କ ପାଇଁ ଧୋନି ୧ଲକ୍ଷ ଟଙ୍କାର ସହାୟତା କରିଛନ୍ତି, ଯେଉଁକାରଣରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାକ୍ଷୀ। ସାକ୍ଷୀ ଟ୍ୱିଟ୍ କରି କହିଛନ୍ତି, ମୁଁ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରୁଛି ଯେ ସେମାନେ ଏଭଳି ଏକ ସମ୍ବେଦନଶୀଳ ସମୟରେ ଭୁଲ ଖବର ପ୍ରକାଶିତ ନକରନ୍ତୁ। ଏଭଳି କାମ ନିଶ୍ଚିତ ଭାବେ ଲଜ୍ଜାଜନକ। ମୁଁ ଆଶ୍ଚର୍ଯ୍ୟ ଯେ ଦାୟିତ୍ୱବାନ ସାମ୍ବାଦିକତା କୁଆଡ଼େ ହଜିଗଲା।

ଆହୁରି ପଢ଼ନ୍ତୁ

ବାସ୍ତବ ଘଟଣା ଏହିକି ଯେ ଏକ ଏନଜିଓ ୧୨.୫୦ ଲକ୍ଷ ଟଙ୍କାର ଅର୍ଥ ଜମା କରିବାକୁ ଚାହୁଁଥିଲା। କିନ୍ତୁ ଏଥିରେ ଲକ୍ଷେ ଟଙ୍କା କମ୍ ପଡିଲା, ଯେଉଁକାରଣରୁ ଧୋନି କ୍ରାଉଡଫଣ୍ଡିଂ ୱେବସାଇଟ୍ ଜରିଆରେ ପୁଣେସ୍ଥିତ ମାଧବ ଫାଉଣ୍ଡେସନକୁ ୧ଲକ୍ଷ ଟଙ୍କା ଦେଇଥିଲେ। ଏହି ଫାଉଣ୍ଡେସନ୍ ଲକଡାଉନ୍ ସମୟରେ ଆଗାମୀ ୧୪ଦିନ ପର୍ଯ୍ୟନ୍ତ ପାଖାପାଖି ୧୦୦ ପରିବାର ପାଇଁ ଖାଦ୍ୟର ବନ୍ଦୋବସ୍ଥ କରିବ। କିନ୍ତୁ ଏହି ଖବର ଏଭଳି ଭାବେ ପ୍ରସାରିତ ହେଲା ଯେ, ଲୋକେ ଭାବିଲେ ଯେ ଧୋନି କରୋନା ପାଇଁ ମୋଟ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

ଏହା ପରେ ଲୋକେ କିଛି ନବୁଝି ନସୁଝି ସୋଶାଲ ମିଡିଆରେ ଧୋନିଙ୍କୁ ଟ୍ରୋଲ୍ କରିବାରେ ଲାଗି ପଡ଼ିଲେ। ଏପରିକି ଗଣମାଧ୍ୟମରେ ମଧ୍ୟ ଏହାର ଭୁଲ ଖବର ପ୍ରକାଶିତ ହୋଇଥିଲା। ଯେତେବେଳେ ଏହି ଖବର ପ୍ରକାଶିତ ହେଲା, ସେହି ସମୟରେ ଲୋକେ ଭୀଷଣ ରାଗିଯାଇଥିଲେ। କିଛି ୟୁଜର କହିଥିଲେ ଯେ ୮୦୦ କୋଟି ଟଙ୍କାର ମାଲିକ ଧୋନି ମାତ୍ର ୧ଲକ୍ଷ ଟଙ୍କା ଦାନ କିପରି କରିପାରୁଛନ୍ତି। ଆହୁରି କିଛି ଟ୍ୱିଟର୍ ୟୁଜର ମଧ୍ୟ ଧୋନିଙ୍କୁ ମନଇଚ୍ଛା ସମାଲୋଚନା କରିବାକୁ ପଛାଇନଥିଲେ।



[ad_2]

Show More
Back to top button