ରାଜ୍ୟ

ଧରା ପଡ଼ିଲେ କରୋନା ଆକ୍ରାନ୍ତ; ୨ ଦିନ ହେବ ଫେରାର ଥିଲେ

ନବରଙ୍ଗପୁର(ନବଘନ ବିଶୋୟୀ): ୨ ଦିନ ହେବ ନବରଙ୍ଗପୁର କୋଭିଡ ହସ୍ପିଟାଲରୁ ଫେରାର ହୋଇଯାଇଥିବା କରୋନା ଆକ୍ରାନ୍ତ ଶେଷରେ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। ପୁଣି ଥରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ତନାଘନା ଚଳାଇଛି ପୁଲିସ୍‌। ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର l

ସୂଚନା ମୁତାବକ,  ଗତ ୫ ତାରିଖ ସକାଳେ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ଉମରକୋଟ ବ୍ଲକ  ଅଞ୍ଚଳର ଜଣେ ବ୍ୟକ୍ତି  ହସ୍ପିଟାଲ  କାନ୍ଥ ଡେଇଁ ଚମ୍ପଟ ମାରିଥିଲେ l ପରବର୍ତ୍ତୀ ସମୟରେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ସନ୍ତୋଷ କୁମାର ନାଗ ଏ ସମ୍ପର୍କରେ ନବରଙ୍ଗପୁର ଥାନାରେ FIR ଦେଇଥିଲେ l  ୫ ତାରିଖରୁ ନବରଙ୍ଗପୁର ପୁଲିସ୍‌ ତାଙ୍କୁ ଖୋଜୁଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ସଫଳତା ପାଇ ନ ଥିଲା।

ଆହୁରି ପଢ଼ନ୍ତୁ

ଏହାକୁ ନେଇ ସାଧାରଣରେ ଶଙ୍କା ବଢ଼ି ଚାଲିଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ନିଜେ ଏସ.ପି ନିତିନ କୁଶଳକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ନବରଙ୍ଗପୁର ପୁଲିସ୍‌ ଫେରାର କରୋନା ଆକ୍ରାନ୍ତଙ୍କୁ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତରେ ଥିବା ତାଙ୍କ ଘରୁ ଧରିବାରେ ସଫଳ ହୋଇଛି l କିନ୍ତୁ ଏହି ୨ ଦିନ ମଧ୍ୟରେ  ଉକ୍ତ ବ୍ୟକ୍ତିଜଣକ କାହା ସଂସ୍ପର୍ଶରେ ଆସିଛନ୍ତି  ତାହାର କଣ୍ଟାକ୍ତ ଟ୍ରେସିଂ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ l

ଆହୁରି ପଢ଼ନ୍ତୁ



[ad_2]

Show More
Back to top button