ଦେଶ

ଦ୍ୱିତୀୟ ବିବାହ ପାଇଁ ପତ୍ନୀଙ୍କୁ କୋବ୍ରା ସାପ ଦ୍ୱାରା ହତ୍ୟା

କୋଚି: କେରଳର କୋଲ୍ଲାମରେ ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ଘଟିଛି। ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ହତ୍ୟା ଅଭିଯୋଗରେ ଗିରଫ କରିଛି। ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବାରୁ ଗୋଟି କୋବ୍ରା ସାପ କିଣି ପତ୍ନୀଙ୍କୁ ତା’ ଦ୍ୱାରା ହତ୍ୟା କରିଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ସରୋଜ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଉତ୍ରାଙ୍କୁ ସାପ ଦ୍ୱାରା ହତ୍ୟା କରିଛନ୍ତି। ଉତ୍ରାଙ୍କ ମୃତଦେହ ମେ’ ୭ ତାରିଖରେ ତାଙ୍କ ଅଞ୍ଚଲ ସ୍ଥିତ ଘରୁ ଠାବ ହୋଇଥିଲା। ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ମଧ୍ୟ ଉତ୍ରା ମାର୍ଚ୍ଚରେ ସାପ କାମୁଡ଼ାର ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ

ତେବେ ସେତେବେଳେ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା। ସରୋଜ ଫେବୃଆରୀ ମାସରେ ବି ଉତ୍ରାଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ତାଙ୍କ ସାଙ୍ଗ ସୁରେଶ ସହଯୋଗ କରିଥିଲେ। ସାପ କାମୁଡ଼ାରେ ସେ ଆହତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଗୋଟିଏ ମାସର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ପୁଣିଥରେ ଉତ୍ରାଙ୍କୁ ମାରିବା ପାଇଁ ସରୋଜ ବନ୍ଧୁ ସୁରେଶଙ୍କ ଠାରୁ ଏପ୍ରିଲ ମାସରେ କୋବ୍ରା ସାପ କିଣିଥିଲେ। ମେ’ ୬ ତାରିଖରେ ସେ ସାପଟିକୁ ନେଇ ଉତ୍ରାଙ୍କ ବେଡରେ ଛାଡ଼ି ଦେଇଥିଲେ। ସାପଟି ଦୁଇ ଥର ଉତ୍ରାଙ୍କୁ କାମୁଡ଼ିଥିଲା। ଏହି ସମୟରେ ସରୋଜ ସେହିଠାରେ ବସି ରହିଥିଲେ।

ତା’ ପରଦିନ ଉତ୍ରାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଏହି ଘଟଣାରେ ସରୋଜ ଓ ସୁରେଶକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

[ad_2]
Show More
Back to top button