ଦୈନିକ ୧୫ କିମି ରାସ୍ତା ଚାଲିଚାଲି ୩୦ ବର୍ଷ ହେଲା ଚିଠି ଦେଉଛନ୍ତି ଏହି ପୋଷ୍ଟମ୍ୟାନ୍


ଚେନ୍ନାଇ: ସହଯୋଗ କରିବାର ଇଚ୍ଛାଥିଲେ ସବୁ କିଛି ଆପେଆପେ ହୋଇଯାଇଥାଏ। ଘଞ୍ଚ ଜଙ୍ଗଲରେ ଯିବା ଯେତିକି ବିପଦପୂର୍ଣ୍ଣ ସେତିକି କଷ୍ଟସାଧ୍ୟ। ହେଲେ ତାମିଲନାଡୁର ଜଣେ ବୃଦ୍ଧ ମୋଷ୍ଟମ୍ୟାନ୍ ଘଞ୍ଚ ଜଙ୍ଗଲକୁ ଖାତିର ନ କରି ଦୀର୍ଘ ୧୫ କିମି ରାସ୍ତାକୁ ପାଦରେ ଅତିକ୍ରମ କରି ଲୋକଙ୍କ ପାଖରେ ଚିଠି ପହଞ୍ଚାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।
ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୩୦ ବର୍ଷ ହେଲାଣି ବୃଦ୍ଧ ଜଣଙ୍କ ଦୈନିକ ୧୫ କିମି ରାସ୍ତା ଚାଲିଚାଲି ଅତିକ୍ରମ କରି ତାମିଲନାଡୁର ରିମୋଟ୍ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିଠି ଯୋଗାଇ ଦେଉଛନ୍ତି। ଏହି ଖବର ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ବୃଦ୍ଧ ଜଣଙ୍କର ତାଙ୍କ କାମ ପ୍ରତିଥିବା ନିଷ୍ଠାକୁ ପ୍ରଶଂସା କରିଛନ୍ତି।
ଉକ୍ତ ବ୍ୟକ୍ତିଙ୍କ ନାଁ ଡି ଶିବନ। ସେ ଜଣେ ପୋଷ୍ଟମ୍ୟାନ୍। ତାମିଲନାଡୁର କୋନୋର ଅଞ୍ଚଳରେ ଇଣ୍ଟରନେଟ କିମ୍ବା ଯୋଗାଯୋଗ ବ୍ୟବସ୍ଥା ନାହିଁ। ଏହା ଏକ ରିମୋଟ ଅଞ୍ଚଳ ହୋଇଥିବାରୁ ସହରର ଚକଚକିଆ ଜିନିଷ ଠାରେ ସ୍ଥାନୀୟ ଲୋକେ ବଞ୍ଚିତ। ତେବେ ଡି ଶିବନ ସେମାନଙ୍କ ନିକଟରେ ପହଞ୍ଚି ଚିଠିପତ୍ର ଯୋଗାଇ ଦେଇଥାଆନ୍ତି। ଏଥିପାଇଁ ତାଙ୍କୁ ଘଞ୍ଚ ଜଙ୍ଗଲ, ସରୁଆ ରାସ୍ତାକୁ ପ୍ରତିଦିନ ଚାଲିଚାଲି ଅତିକ୍ରମ କରିବାକୁ ପଡ଼େ।
ଜଙ୍ଗଲ ମଧ୍ୟରେ ଯିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥାଏ। କାରଣ ଅନେକ ସମୟରେ ସେ ହାତୀ, ବଣୁଆ ଜୀବଜନ୍ତୁ ଓ ଭାଲୁଙ୍କ ଆକ୍ରମଣର ଶିକାର ହୁଅନ୍ତି। ତଥାପି ଚାକିରି ପ୍ରତି ଥିବା ନିଜର କର୍ତ୍ତବ୍ୟ ଓ ଲୋକଙ୍କ ସୁବିଧା ପାଇଁ ସେ ଏହାକୁ ଖାତିର କରନ୍ତି ନାହିଁ।
Postman D. Sivan walked 15 kms everyday through thick forests to deliver mail in inaccessible areas in Coonoor.Chased by wild elephants,bears, gaurs,crossing slippery streams&waterfalls he did his duty with utmost dedication for 30 years till he retired last week-Dinamalar,Hindu pic.twitter.com/YY1fIoB2jj
— Supriya Sahu IAS (@supriyasahuias) July 8, 2020
ଆହୁରି ପଢ଼ନ୍ତୁ
ଦୀର୍ଘ ୩୦ ବର୍ଷ ହେଲାଣି ସେ ଏମିତି ନିରବଚ୍ଛିନ୍ନ ଭାବେ ଲୋକଙ୍କ ପାଖରେ ଚିଠି ପହଞ୍ଚାଇ ଚାଲୁଥିଲେ। ଆଇଏଏସ ଅଫିସର ସୁପ୍ରିୟା ସାହୁ ବୁଧବାର ଟ୍ୱିଟ ଯୋଗେ ଶିବନ ଘଞ୍ଚ ଜଙ୍ଗଲ ମଧ୍ୟରେ କେମିତି ଚାଲିଚାଲି ରାସ୍ତା ଅତିକ୍ରମ କରନ୍ତି, ତା’ର ଫଟୋ ପୋଷ୍ଟ କରିଛନ୍ତି।
ଏଥିସହ ସେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଏଥିରେ ସେ କହିଛନ୍ତି, “ପୋଷ୍ଟମ୍ୟାନ ଡି ଶିବନ ପ୍ରତିଦିନ ୧୫ କିମି ଘଞ୍ଚ ଜଙ୍ଗଲ ରାସ୍ତା ଚାଲିଚାଲି ଅତିକ୍ରମ କରି କୋନୋରର ଯେଉଁ ଅଞ୍ଚଳରେ ମେଲ୍ ସୁବିଧା ନାହିଁ, ସେଠାରେ ଚିଠି ପହଞ୍ଚାଉଛନ୍ତି। ସେ ରାସ୍ତା ଅତିକ୍ରମ କରିବା ବେଳେ ଅନେକ ବନ୍ୟଜନ୍ତୁଙ୍କର ସମ୍ମୁଖୀନ ହୁଅନ୍ତି। ସରୁ ସରୁ ରାସ୍ତା ସାଙ୍ଗକୁ ଝରଣା ଭିତରେ ବି ସେ ଦୀର୍ଘ ୩୦ ବର୍ଷ ହେଲା, ଏପରି ସେବା ଯୋଗାଇ ଆସୁଥିଲେ। ହେଲେ ଗତ ସପ୍ତାହରେ ସେ ଅବସର ନେଇଛନ୍ତି।”
ସେ ପୋଷ୍ଟିଂ କରିବା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଆଇଏଏସ୍ ଓ ଆଇପିଏସ୍ ତାଙ୍କୁ ପ୍ରଶଂସା କରିଛନ୍ତି। ସାଧାରଣ ଲୋକମାନେ ବି ଏହି ପୋଷ୍ଟକୁ ଶେୟାର କରିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]