ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଅଜଣା ଜନ୍ତୁ ଆତଙ୍କ ; ୧୫ ଛେଳି ମୃତ

ସତ୍ୟଶିଖା ୦୪/୦୧/୨୦୨୧ : ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଚକଡିହି ଗ୍ରାମରେ ଅଜଣା ଜନ୍ତୁ  ଆତଙ୍କ ଦେଖାଦେଇଛି । ଅଜଣା ଜନ୍ତୁ ଆତଙ୍କରେ ୧୫ରୁ ଅଧିକ ଛେଳି ଓ ଗୋଟିଏ ଗାଇର ମୃତ୍ୟୁ ହୋଇଯାଇଛି ।

ଖବର ଅନୁଯାୟୀ, ଚକଡିହି ଗ୍ରାମ ର ମୁଣ୍ଡା ସାହିରେ ଅଜଣା ଜନ୍ତୁର ଆକ୍ରମଣରେ ବିଭିନ୍ନ ପରିବାର  ୧୫ରୁ ଅଧିକ ଛେଳି ଓ ଗୋଟିଏ ଗାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହିତ ଅନେକ ଛେଳି ନିଖୋଜି ଥିବା ଜଣାପଡିଛି । ତେବେ ମୃତ ସମସ୍ତ ଛେଳିର ତଣ୍ଟି କଣା ହୋଇଥିବା ଓ କିଛି ଛେଳିର ପେଟ ଫଡା ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ରହିଥିବା ଦେଖିବାକୁ ମିଳିଛି । ଗାଁ ନିକଟରେ ଥିବା  ଜଙ୍ଗଲ ରହିଥିବା ବେଳେ ଜଙ୍ଗଲରୁ କୌଣସି ହିଂସ୍ର ଜନ୍ତୁ ଆସି ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି ।

Show More
Back to top button