ଦେଶ

ଦେଶରେ ୨,୦୬୯ କରୋନା ଆକ୍ରାନ୍ତ, ଗଲାଣି ୫୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର କହିଛି ଦେଶରେ ୫୩ ଜଣଙ୍କ ଜୀବନ ଗଲାଣି। ଗତ ୨୪ ଘଣ୍ଟାରେ ମୃତକଙ୍କ ସଂଖ୍ୟା ହଠାତ ଏଭଳି ବଢ଼ିଯାଇଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସମାନ ଗତିରେ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ୨,୦୬୯ଙ୍କଠାରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି।

ଏହି ତଥ୍ୟ ଅନୁଯାୟୀ ୨୦୬୯ ପଜିଟିଭ୍‌ ମଧ୍ୟରୁ ୧,୮୬୦ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୫୫ ଜଣ ସୁସ୍ଥ ହୋଇଛନ୍ତି ବା ଡିସଚାର୍ଜ ହୋଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ରହିଛନ୍ତି। କେରଳରେ ୨୬୫ ଜଣ ଆକ୍ରାନ୍ତ ରହିଛନ୍ତି। ସେହିଭଳି ଦେଶରେ କରୋନାର ନୂଆ ହଟ୍‌ସ୍ପଟ୍‌ ପାଲଟିଥିବା ଦିଲ୍ଲୀରେ ୨୧୯ ଜଣ ଆକ୍ରାନ୍ତ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଅନ୍ୟ ରାଜ୍ୟଙ୍କ ମଧ୍ୟରେ ତାମିଲନାଡ଼ୁ ଓ ତେଲେଙ୍ଗାନାରେ ଯଥାକ୍ରମେ ୨୩୪ ଏବଂ ୧୦୭ ଜଣ ଆକ୍ରାନ୍ତ ରହିଛନ୍ତି। ଉତ୍ତରପ୍ରଦେଶରେ ୧୧୩ ଜଣ ଆକ୍ରାନ୍ତ ରହିଛନ୍ତି। ସେହିଭଳି ଗୁଜରାଟ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୮୭,୯୯ ଏବଂ ୫୩ ରହିଛି। ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ମଧ୍ୟପ୍ରଦେଶ ଇନ୍ଦୋରରେ କରୋନା ସନ୍ଦିଗ୍ଧଙ୍କ ଯାଞ୍ଚ କରିବାକୁ ଯାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ପରେ ଏଥିରେ ନୂଆ ମୋଡ଼ ଆସିଛି। ଏହି ଘଟଣାରେ ୭ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ପୁଣି ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିଭଳି ଦିଲ୍ଲୀ ନିଜାମୁଦ୍ଦିନ୍‌ କାର୍ଯ୍ୟକ୍ରମକୁ ଯାଇଥିବା ଲୋକଙ୍କୁ ଠାବ ପ୍ରକ୍ରିୟା ଆରମ୍ଭ ହେବା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ କରିଛନ୍ତି। ଏଥିରେ ୨୧ ଦିନର ଲକ୍‌ଡାଉନ୍‌ ପରର ସ୍ଥିତି ପାଇଁ ଷ୍ଟ୍ରାଟେଜୀ ନିର୍ଦ୍ଧାରଣ କରିବାକୁ ଆହ୍ୱାନ କରିଛନ୍ତି। ଅନ୍ୟପକ୍ଷରେ ମୋଦି ଆସନ୍ତାକାଲି ସକାଳେ ଦେଶକୁ ବାର୍ତ୍ତା ଦେବାର ଅଛି। ପୂର୍ବରୁ ସେ ସ୍ୱତନ୍ତ୍ର ‘ପିଏମ୍‌-କେୟାର୍ସ’ ଫଣ୍ଡ ଗଠନ କରି ଲୋକଙ୍କୁ ଦାନ କରିବାକୁ ଆହ୍ୱାନ କରିଥିଲେ। ଏଥିରେ ଅନୁପ୍ରାଣିତ ହୋଇ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ୫ କୋଟି ଟଙ୍କା ଦାନ କରିଛି। ଇସ୍ରୋ ପକ୍ଷରୁ କୁହାଯାଇଛି, ଏହା ଡାକ୍ତରୀ ଇକ୍ୟୁପମେଣ୍ଟ ତିଆରି ପାଇଁ କଠିନ ପରିଶ୍ରମ କରୁଛି। ଏହା କରୋନା ରୋଗୀଙ୍କ ସହାୟତାରେ ଲାଗିବ।

[ad_2]
Show More
Back to top button