ଦେଶ

ଦେଶରେ ମୋଟ ୬୪୭ ତବଲିଗି ଜମାତ ସହ ଜଡ଼ିତ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ସାରା ଦେଶରେ ମୋଟ ୬୪୭ ଏଭଳି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ତବଲିଗି ଜମାତ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଆୟୋଜିତ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଲଭ୍‌ ଅଗ୍ରୱାଲ କହିଛନ୍ତି, ଏହି ସବୁ ସଂକ୍ରମିତଙ୍କୁ ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଠାବ କରାଯାଇଛି। ସେଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର, ଆସାମ, ଦିଲ୍ଲୀ, ହିମାଚଳ, ହରିଆଣା, ଜମ୍ମୁ-କଶ୍ମୀର, ଝାରଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ। ଶେଷ ଖବର ସୁଦ୍ଧା ଓଡ଼ିଶାରେ ଜଣଙ୍କୁ ଠାବ କରାଯାଇଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ତା’କୁ ଉଲ୍ଲେଖ କରାଯାଇନି।

ଆହୁରି ପଢ଼ନ୍ତୁ

ସରକାରୀ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଅର୍ଥାତ ଗତ ସନ୍ଧ୍ୟାରୁ ଆଜି ସନ୍ଧ୍ୟା ଯାଏ ୩୩୬ ଜଣଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଫଳରେ ଜାତୀୟ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି।

ସେ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି, ସାରା ଦେଶରେ ଆରୋଗ୍ୟ ସେତୁ ଆପ୍‌କୁ ୩୦ ଲକ୍ଷ ଲୋକ ଡାଉନ୍‌ଲୋଡ୍‌ କରିଛନ୍ତି। ଏଥିରେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଭିତ୍ତିରେ ବିପଦ ଆଶଙ୍କା ସମ୍ପର୍କିତ ପରାମର୍ଶ ସହ କ’ଣ କରିବାକୁ ହେବ ଏବଂ ଅନ୍ୟ କିଛି ପ୍ରତିଷେଧକ ବ୍ୟବସ୍ଥା ବାବଦରେ କୁହାଯାଇଛି।

[ad_2]
Show More
Back to top button