ଦେଶ

ଦେଶରେ ପ୍ରଥମ: ଗୋଟିଏ ଗାଁରେ ଏକାଧିକ କରୋନା ସୁପର ସ୍ପ୍ରେଡର, ମୁତୟନ ହେଲେ କମାଣ୍ଡୋ

ଥିରୁବନନ୍ତପୁରମ: ଦେଶରେ ପ୍ରଥମଥର କରୋନାର ମୁକାବିଲା ପାଇଁ କୌଣସି ଏକ ସ୍ଥାନରେ କମାଣ୍ଡୋ ମୁତୟନ ହୋଇଛନ୍ତି। କେରଳ ଥିରୁବନନ୍ତପୁରମ ଅନ୍ତର୍ଗତ ଗୋଟିଏ ଗାଁରେ ସ୍ଥାନୀୟ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଏହାକୁ କର୍ଡନ ଅଫ କରାଯାଇଛି। ଏଠାରେ ଏକାଧିକ କରୋନା ସୁପର ସ୍ପ୍ରେଡର ଥିବାରୁ ସେମାନଙ୍କୁ କାବକୁ କରି ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ପୁଲିସ୍‌ ସହ ପ୍ରାୟ ୨୫ ଜଣ ବ୍ଲାକ କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ପ୍ରଥମଥର ପାଇଁ କୌଣସି ଏକ ସ୍ପାନରେ ଏକାଧିକ ସୁପର ସ୍ପ୍ରେଡର ଠାବ ହେବା ବରିଳ ଘଟଣା ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବୁଧବାର ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ଆମ୍ବୁଲାନ୍ସ, ପୁଲିସ୍‌ ଗାଡ଼ି ଓ କମାଣ୍ଡୋଙ୍କ ଗାଡ଼ି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଗାଡ଼ିଗୁଡ଼ିକ ପୋନ୍ନଥୁରା ଗାଁର ବିଭିନ୍ନ ୱାର୍ଡକୁ ଯାଇ ଲାଉଡ ସ୍ପିକର ଜରିଆରେ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଥିଲେ। ଯଦି କେହି ଘରୁ ବାହାରିବେ, ତା’ହେଲେ ସେମାନଙ୍କୁ ବଳପୂର୍ବକ କମାଣ୍ଡୋଙ୍କ ଜରିଆରେ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇ ଦିଆଯିବ ବୋଲି କହିଥିଲେ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ମହମ୍ମଦ ଅଶୀଲ କହିଛନ୍ତି, ଯଦି କୌଣସି ବ୍ୟକ୍ତି ୬ ଜଣରୁ ଅଧିକ ଲୋକଙ୍କୁ ସଂକ୍ରମିତ କରେ, ତା’ହେଲେ ତାଙ୍କୁ ସୁପର ସ୍ପ୍ରେଡର କୁହାଯାଏ। ପ୍ରଥମଥର ପାଇଁ କେରଳ ପୋନ୍ନଥୁରା ଗାଁରେ ଏକରୁ ଅଧିକ ସୁପର ସ୍ପ୍ରେଡର ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଏକାଧିକ ଲୋକଙ୍କୁ ସଂକ୍ରମିତ କରିଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରଥମଥର ପାଇଁ ଏହି ଅଞ୍ଚଳରୁ ଜଣେ ମାଛ ବ୍ୟବସାୟୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହି ବ୍ୟବସାୟୀ ଜଣଙ୍କ ନିୟମିତ ତାମିଲନାଡୁ ଯାଆନ୍ତି ଓ ସ୍ଥାନୀୟ ମାର୍କେଟରେ ମାଛ ବିକ୍ରି କରନ୍ତି। ତାଙ୍କ ଠାରୁ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି। ସେହିପରି ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ଅନ୍ୟମାନଙ୍କୁ ଆକ୍ରାନ୍ତ କରିଛନ୍ତି। ତେବେ ଏହି ଗାଁର କିଛି ନିର୍ଦ୍ଦିଷ୍ଟ ୱାର୍ଡ ମଧ୍ୟରେ ଏହା ସୀମିତ ରହିଛି।

ବର୍ତ୍ତମାନ ସୁଦ୍ଧା ୬୦୦ ନମୁନା ପରୀକ୍ଷା କରାଯାଇଛି ଓ ୧୧୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button