ଦେଶ

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୭

ନୂଆଦିଲ୍ଲୀ: କିଲର କରୋନା ଭାଇରସରେ ଆଜି ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ତିନି ମୃତକଙ୍କୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଆଜି ବିହାର, ମହାରାଷ୍ଟ୍ର ଓ ଗୁଜରାଟରେ ଜଣେ ଲେଖାଏଁ ଏହି ଘାତକ ଭାଇରସର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ରେ ପହଞ୍ଚିଛି।

ମୃତ ତିନି ଜଣଙ୍କ ମଧ୍ୟରୁ ମୁମ୍ୱାଇର ମୃତକଙ୍କ ବୟସ ୬୩, ଗୁଜରାଟ ସୁରତର ମୃତକଙ୍କ ବୟସ ୬୯ ରହିଥିବା ବେଳେ ବିହାରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ୩୮ ରହିଛି। ଦେଶରେ କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ବୟସ ସବୁଠ୍ କମ୍। ଏହା ପୂର୍ବରୁ ମହାରାଷ୍ଟ୍ରରେ ଜଣେ, ଦିଲ୍ଲୀ, କର୍ଣ୍ଣାଟକ ଏବଂ ପଞ୍ଜାବରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ଆହୁରି ପଢ଼ନ୍ତୁ

ବିହାରରେ ମୃତ୍ୟୁ ବରଣ କରିଥିବା ଯୁବକ କାତାରରୁ ଫେରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ପାଟନା ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ କିଡନୀ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ସୂଚନା କହିଛି। କରୋନାରେ ବିହାରରେ ଏହା ପ୍ରଥମ ମୃତ୍ୟୁ ବୋଲି ବିହାର ସ୍ୱାସ୍ଥ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି।

ସେହିପରି ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ରରେ ଆଜି ସକାଳେ ଜଣଙ୍କର ଏହି କିଲର ଭାଇରସରେ ମୃତ୍ୟୁ ଘଟିଛି। ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ମୃତକ ମଧ୍ୟ ମଧୁମେହ, ଉତ୍ତ ରକ୍ତଚାପ ଏବଂ ହୃଦରୋଗରେ ଆକ୍ରାନ୍ତ ଥିଲେ। ଏହା ପୂର୍ବରୁ ମଧ୍ୟ ଜଣେ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରରେ ଏଯାବତ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ଛୁଇଁଛି। ଏଥିମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

[ad_2]
Show More
Back to top button