ଦେଶରେ ଆଉ ବଢ଼ିବନି ଲକଡାଉନ, କୋହଳ ନେଇ ଆସିବ ଗାଇଡଲାଇନ

ନୂଆଦିଲ୍ଲୀ: ଆଉ ୪ ଦିନ ପରେ ଦେଶରେ କରୋନା ପାଇଁ ଜାରି ହୋଇଥିବା ୪୦ ଦିନିଆ ଲକଡାଉନ ଅବଧି ଶେଷ ହେବ। ଏହାପରେ ପୁଣିଥରେ ସମଗ୍ର ଦେଶରେ ଲକଡାଉନ ଅବଧି ବଢ଼ିବ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି।

୩ ତାରିଖ ପରେ ସମଗ୍ର ଦେଶରେ ଲକଡାଉନ ଅବଧି ବଢ଼ିବ ନାହିଁ। ବରଂ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇ ସ୍ଥିତିକୁ ସ୍ୱାଭାବିକ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ କରି କୁହାଯାଇଛି ଯେ ଆସନ୍ତା ୪ ତାରିଖକୁ କୋଭିଡ-୧୯ ବିରୋଧରେ ଲଢ଼େଇ କରିବା ପାଇଁ ନୂଆ ଗାଇଡଲାଇନ ଆସିବ।

ଆହୁରି ପଢ଼ନ୍ତୁ

ଏହି ଗାଇଡଲାଇନରେ ଏକାଧିକ ଜିଲ୍ଲାରେ ଅନେକ କୋହଳ ନୀତି ପାଳନ କରାଯିବ। ଗାଇଡଲାଇନରେ କ’ଣ ରହିବ, ସେ ବିଷୟରେ ଖୁବଶୀଘ୍ର ସମସ୍ତଙ୍କୁ ଅବଗତ କରାଇ ଦିଆଯିବ ବୋଲି କୁହାଯାଇଛି।

ଏହା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ତୀର୍ଥ ଯାତ୍ରୀମାନେ ଘରକୁ ଫେରିବା ପାଇଁ ଗାଇଡଲାଇନ ଜାରି କରିଥିଲେ। ଏହାପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ସମ୍ପର୍କରେ ଟ୍ୱିଟ କରି ସମସ୍ତଙ୍କୁ ଅବଗତ କରାଇଛି।



[ad_2]

Exit mobile version