ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଦେବଗଡ଼ର ଗଇଲୋ ଘାଟିରେ ଅଟୋ ଓଲଟି ୧୧ଜଣ ଆହତ

ସତ୍ୟଶିଖା( ଦେବଗଡ଼)୧୩.୦୪.୨୦୨୨  :  ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ଏକ ଅଟୋ ଓଲଟି ୧୧ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ  କିଛି ଛୋଟ ପିଲା ଥିବା ଜଣାଯାଇଛି। ଆହତ ୧୧ଜଣଙ୍କ  ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଗଇଲୋ ଗାଁର ୧୪ ଜଣ ଏକ ଅଟୋରେ କାଲିଆଖମାର ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ଗଇଲୋ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପୁଲିସ ଅଟୋକୁ ଜବତ କରି  ଘଟଣାର ତଦନ୍ତ କରୁଛି। ଅଟୋରେ ଡ୍ରାଇଭର ସମେତ ୧୫  ଜଣ ଥିଲେ।

Show More
Back to top button