ଦୁର୍ଘଟଣାଗ୍ରସ୍ତ ବିମାନର ଚୀନ୍ କନେକସନ୍ | Satyasikha


କରାଚି: ପାକିସ୍ତାନ ଇଣ୍ଟରନେଶନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଆଜି ଦୁର୍ଘଟଣାର ଶିକାର ହୋଇଛି। ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ସହିତ ମୋଟ୍ ୧୦୭ ଜଣ ବିମାନରେ ଥିବା ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇଥିବା ବିମାନ ଏୟାରବେସ୍ ଏ୩୨୦। ଏହି ବିମାନ ଚୀନ୍ ପାକିସ୍ତାନକୁ ଉପହାର ସ୍ୱରୂପ ଦେଇଥିବା କୁହାଯାଉଛି।
ପାକିସ୍ତାନର ଡନ୍ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଲାହୋରରୁ କରାଚି ଆସୁଥିଲା। ଜିନା ଇଣ୍ଟରନେଶନାଲ ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ମଲିର ନିକଟରେ ଥିବା ମୋଡେଲ କଲୋନୀରେ ବିମାନଟି ଖସି ପଡ଼ିଛି। ବିମାନରେ ୯୯ ଜଣ ଯାତ୍ରୀ ଥିବା ବେଳେ ୮ ଜଣ କ୍ର୍ୟୁ ସଦସ୍ୟ ବା ବିମାନ କର୍ମଚାରୀ ଥିଲେ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହାକୁ ନେଇ ଦଃଖ ପ୍ରକାଶ କରିବା ସହିତ ପିଆଇଏ ମୁଖ୍ୟଙ୍କ ସହିତ ସେ ଯୋଗାଯୋଗରେ ଥିବା ଟୁଇଟ୍ କରି କହିଛନ୍ତି।
Shocked & saddened by the PIA crash. Am in touch with PIA CEO Arshad Malik, who has left for Karachi & with the rescue & relief teams on ground as this is the priority right now. Immediate inquiry will be instituted. Prayers & condolences go to families of the deceased.
— Imran Khan (@ImranKhanPTI) May 22, 2020
ଆହୁରି ପଢ଼ନ୍ତୁ
ପାକିସ୍ତାନର ଦ ନେଶନ ଓ୍ୱେବସାଇଟର ସୂଚନା ଅନୁଯାୟୀ ଏୟାରବେସ୍ ଏ୩୨୦ ଗତ ବର୍ଷ ନଭେମ୍ୱର ମାସରେ ପିଆଇଏରେ ସାମିଲ୍ ହୋଇଥିଲା। ୨୨ ନଭେମ୍ୱର, ୨୦୧୯ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପିଆଇଏ ଏହି ବିମାନକୁ କୁଏତର କମ୍ପାନୀ ଆଭିଏସନ ଲିଜ ଆଣ୍ଡ ଫାଇନାନ୍ସ କମ୍ପାନୀରୁ ଝ୍ରାଇ ଲିଜରେ ଆଣିଥିଲା। ଚଳିତ ବର୍ଷ ଆଉ ଏକ ଏୟାରବେସ୍ ଏ୩୨୦ ବିମାନ ପିଆଇଏରେ ସାମିଲ୍ ହେବାର ଯୋଜନା ରହିଛି। ଆଭିଏସନ ଲିଜ ଆଣ୍ଡ ଫାଇନାନ୍ସ କମ୍ପାନୀରୁ ଝ୍ରାଇ କମ୍ପାନୀ ବିଭିନ୍ନ ଦେଶକୁ ବିମାନ ଭଡ଼ାରେ ଦିଏ ବୋଲି ଜଣାପଡ଼ିଛି।
Absolute, absolute hell!! An air crash in a residential area. Around half a dozen houses damaged, casualties not known yet. #KarachiAirCrash pic.twitter.com/p4Ai8Qw4JK
— Emmad Hameed (@Emmad81) May 22, 2020
[ad_2]