ଭୁବନେଶ୍ୱର (ସତ୍ୟଶିଖା): ଗତକାଲି ବିଳମ୍ୱିତ ରାତିରେ ଓଡ଼ିଶାରେ ଚତୁର୍ଥ ‘କରୋନା’ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଏବେ ଆଇସୋଲେସନ୍ରେ ଚିକିତ୍ସା କରାଯାଉଛି। ସେ ବିମାନରେ ଦୁବାଇରୁ ଭଦ୍ରକ ଭାୟା କଲୋକାତା ହୋଇ ଆସିଛନ୍ତି। ଏହି ସମୟରେ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି? ତାହାର ଇତିହାସ ଏବେ ରାଜ୍ୟ ସରକାର ଖୋଜୁଛନ୍ତି।
ଚତୁର୍ଥ ‘କରୋନା’ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି-“ଚତୁର୍ଥ ‘କରୋନା’ ଆକ୍ରାନ୍ତ ଦୁବାଇରୁ ୧୮ ତାରିଖରେ ଏମିରେଟ୍ ବିମାନରେ କୋଲକାତା ଆସିଥିଲେ। ସେ ବିମାନବନ୍ଦରରୁ ହାୱଡ଼ା ଷ୍ଟେସନ୍କୁ ଟ୍ୟାକ୍ସିରେ ଏକୁଟିଆ ଯାଇଥିଲେ। ସେଠାରୁ ଇଷ୍ଟକୋଷ୍ଟ୍ ଏକ୍ସପ୍ରେସ୍ର ଏସ୍-୧୧ ବଗିରେ ଭଦ୍ରକ ଷ୍ଟେସନ୍ ଆସିଥିଲେ। ସେହିଦିନ ସେ ଷ୍ଟେସନ୍ରୁ ଘରକୁ ଅଟୋରେ ଯାଇଥିଲେ। ବିଦେଶରୁ ଆସିଥିବାରୁ ନିଜ ଘରେ ସଙ୍ଗରୋଧ ହୋଇ ରହିଥିଲେ। ତେବେ ଗତ ୩୦ ତାରିଖରେ ସେ ମେଡିକାଲ୍ ଯାଇ ରକ୍ତ ନମୂନା ପରୀକ୍ଷା କରିବାକୁ ଦେଇଥିଲେ। ଗତକାଲି ରିପୋର୍ଟରେ ପଜିଟିଭ୍ ଆସିଥିଲା।”
ଆହୁରି ପଢ଼ନ୍ତୁ
ସେ କହିଛନ୍ତି-“ଦେଶ, ସମାଜ ଓ ରାଜ୍ୟ ବର୍ତ୍ତମାନ କଷ୍ଟକର ସ୍ଥିତି ଦେଇ ଗତି କରୁଛି। ଆଗକୁ ଆମକୁ ଆହୁରି କଠିନ ସ୍ଥିତି ଦେଇ ଗତି କରିବାକୁ ପଡ଼ିବ। ଏପରିସ୍ଥିତିରେ କେତେକ ଅସାମାଜିକ ବ୍ୟକ୍ତି ଗୁଜବ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି। ଏପରି କାର୍ଯ୍ୟ ଘୃଣ୍ୟ ଓ ନିନ୍ଦନିୟ। ରାଜ୍ୟ ସରକାର ଯେଉଁଠି ସମସ୍ତଙ୍କୁ ନିରାପଦରେ ରଖିବାକୁ ଚେଷ୍ଟା କରୁଛନ୍ତି, ସେପରି ସ୍ଥିତିରେ ଏପରି ବ୍ୟବହାର ଅତ୍ୟନ୍ତ ନିନ୍ଦନିୟ। ଦେଖିବାକୁ ଗଲେ ଏହା ଏକ ପ୍ରକାର ରାଷ୍ଟ୍ରଦ୍ରୋହ ଅପରାଧ। ଏପରି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦରକାର ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
[ad_2]