ଦେଶ

ଦୁଇ ଦିନରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ!

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ହୋଇଥିବା ଲକଡାଉନ୍ କୋହଳ ହେବାମାତ୍ରେ ହିଁ ଦେଶରେ ଦ୍ରୁତଗତିରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ସଂଧ୍ୟା ସୁଦ୍ଧା ଦେଶର ୧୧ଟି ରାଜ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେନ୍ଦ୍ରକୁ ଦେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦, ୭୫୯ ଛୁଇଁଛି। ତେବେ ମାତ୍ର ଦୁଇ ଦିନରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆକଳନ ହୋଇଛି।

ଆହୁରି ପଢ଼ନ୍ତୁ

କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଆଜି ଗୋଟିଏ ଦିନରେ ୧୬୦୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାମିଲନାଡୁ ଓ ଗୁଜରାଟ ରହିଛି। ଗୁଜରାଟରେ ଆଜି ୩୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୬୭ ହୋଇଛି। ଏବେ ୫,୧୩୯ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୫୬୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୩,୫୬୨ ଜଣ ଆରୋଗ୍ୟ ହୋଇଥିବା ସୂଚନା ରହିଛି।

ତାମିଲନାଡୁରେ ଆଜି ୫୦୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୨୭ ଛୁଇଁଛି। ଏବେ ୬,୯୮୭ ଜଣ ଚିକିତ୍ସାଧୀନ ଥିବା ବେଳେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ୨,୧୭୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

[ad_2]
Show More
Back to top button