ଦୁଇ ଦିନରେ ପଞ୍ଜୀକରଣ କରିଛନ୍ତି ୪ ଲକ୍ଷ ୮୬ ହଜାର ଓଡ଼ିଆ

ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’ ଯୋଗୁଁ ରାଜ୍ୟ ବାହାରେ ଫସି ରହିଛନ୍ତି ପ୍ରବାସୀ ଓଡ଼ିଆ। ସେମାନଙ୍କୁ ଫେରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ସେପଟେ ଘରକୁ ଫେରିବା ପାଇଁ ଦୁଇ ଦିନରେ ପଞ୍ଜୀକରଣ କରିଛନ୍ତି ବିଭିନ୍ନ ରାଜ୍ୟରେ ଥିବା ୪ ଲକ୍ଷ ୮୬ ହଜାର ଓଡ଼ିଆ।

ଆହୁରି ପଢ଼ନ୍ତୁ

ରାଜ୍ୟକୁ ଫେରିବା ପାଇଁ ୨ ଦିନ ମଧ୍ୟରେ ୪ ଲକ୍ଷ ୮୬ ହଜାର ଲୋକ ପଞ୍ଜୀକରଣ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ‘କରୋନା’ ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ବାହାର ରାଜ୍ୟରୁ ଫେରିବାକୁ ଥିବା ଲୋକଙ୍କ ପାଇଁ ପ୍ରତି ପଞ୍ଚାୟତରେ ସମସ୍ତ ସୁବିଧା କରାଯାଇଛି। ଏଥିପାଇଁ ରାଜ୍ୟର ୬୭୯୮ଟି ପଞ୍ଚାୟତର ନୋଡାଲ ଅଫିସରଙ୍କୁ ତାଲିମ ପ୍ରଦାନ କରାଯାଇଥିବା ଶ୍ରୀ ବାଗଚୀ କହିଛନ୍ତି।

[ad_2]
Exit mobile version