ଦୁଇ କରୋନା ଯୋଦ୍ଧାଙ୍କୁ ଆକ୍ରମଣ | Satyasikha

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରେ ଦୁଇଟି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରାଯାଇଛି। ଗୋଟିଏ ଜାଗାରେ ଜଣେ ସରପଞ୍ଚଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଆଉ ଗୋଟିଏ ସ୍ଥାନରେ ଜଣେ ଜଣେ ଆଶା କର୍ମୀଙ୍କୁ ମାଡ଼ ମରାଯାଇଛି।

ରଣପୁର ବ୍ଲକ୍‌ ଲୋଧାଚୁଆ ପଞ୍ଚାୟତର ରାଜନଗର ସ୍କୁଲ ଗୃହକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମରାମତି କାମ ଚାଲିଥିବା ବେଳେ ଏହାକୁ ଗାଁର ଜଣେ ଯୁବକ ବିରୋଧ କରିଥିଲେ ଓ ସରପଞ୍ଚ ଜୟନ୍ତ କୁମାର ନାୟକଙ୍କୁ ମାଡ଼ ମାରିଥିଲେ। ସରପଞ୍ଚ ଏନେଇରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ସେହିପରି ନାଁ ପଞ୍ଜିକରଣକୁ ନେଇ ଏହି ବ୍ଲକ୍‌ର ବୃନ୍ଦାବନପୁର ପଞ୍ଚାୟତ ଅନ୍ତର୍ଗତ ବିନୋଦପଡ଼ା ଗାଁର ଆଶା କର୍ମୀ ନଳିନୀ ପ୍ରଧାନଙ୍କୁ ଜଣେ ବ୍ୟକ୍ତି ପିଟିଥିବା ଅଭିଯୋଗ ହୋଇଛି। ଜଣେ ଯୁବକ ଭୁବନେଶ୍ୱରରୁ ଫେରିଥିବା ବେଳେ ନଳିନୀ ତାଙ୍କ ନାଁ ପଞ୍ଜିକୃତ କରିଥିଲେ। ଫଳରେ ଯୁବକଙ୍କ ବାପା ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ନଳିନୀ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ୍ ଦୁଇଟି ଯାକ ଘଟଣାର ତଦନ୍ତ କରୁଛି। ତେବେ ଆକ୍ରମଣକାରୀ ମାନଙ୍କୁ ଗିରଫ କରାଯାଇ ନାହିଁ।

[ad_2]
Exit mobile version