ଦେଶ

ଦିଲ୍ଲୀ ସିଆରପିଏଫ୍ ଅଫିସରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ଅଫିସର ଜଣେ ପ୍ରମୁଖ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ସିଆରପିଏଫର ମୁଖ୍ୟ ଅଫିସକୁ ସିଲ୍ କରି ଦିଆଯାଇଛି। ଏହାବାଦ ମୁଖ୍ୟ କାର୍ଯ୍ୟାଳୟର ୪୦ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି। କୌଣସି କର୍ମଚାରୀଙ୍କୁ ମୁଖ୍ୟାଳୟକୁ ନ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ସିଆରପିଏଫ୍ ମୁଖ୍ୟାଳୟ ସାନିଟାଇଜ୍ ହେବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଏହା ପୂର୍ବରୁ ଏପ୍ରିଲ ୨୬ରେ ସିଆରପିଏଫର ୧୫ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଦିଲ୍ଲୀ ସ୍ଥିତ ସିଆରପିଏଫ ବାଟାଲିୟନରେ ଏମାନେ ନିୟୋଜିତ ଥିଲେ।

ପୂର୍ବରୁ ୨୪ ଜଣ ଦିଲ୍ଲୀର ସିଆରପିଏଫ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କୁ ମାଣ୍ଡବାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ବାଟାଲିଅନକୁ ଜଣେ ହେଡ କନଷ୍ଟେବଳ ଆସିଥିଲେ।



[ad_2]

Show More
Back to top button