ଦିଲ୍ଲୀରେ ଭୂମିକମ୍ପ, ପଦାକୁ ଚାଲି ଆସିଲେ ଲୋକେ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ପୂରା ଜାତୀୟ ରାଜଧାନୀରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ବର୍ତ୍ତମାନ ଲକ୍‌ଡାଉନ୍‌ କାରଣରୁ ଘରେ ସମୟ ବିତାଉଥିବା ଲୋକଙ୍କ ମନରେ କିଛି ସେକେଣ୍ଡର ଛାନିଆ ସୃଷ୍ଟି କରିଛି ଏହି ଭୂମିକମ୍ପ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଥିଲା। ରବିବାର ସନ୍ଧ୍ୟା ୫.୪୫ରେ ଏହି ଭୂମିକମ୍ପ ପାଇଁ ଛାନିଆ ଲୋକେ କିଛି ସ୍ଥାନରେ ବାହାରକୁ ଚାଲିଆସିଥିଲେ।

ଆହୁରି ପଢ଼ନ୍ତୁ

ଦିଲ୍ଲୀର ଉତ୍ତର-ଉତ୍ତରପୂର୍ବ ଅଞ୍ଚଳ ଏହାର କେନ୍ଦ୍ରସ୍ଥଳ ଥିଲା। ଅନ୍ୟପକ୍ଷରେ ଏହାର ଗଭୀରତା ୮ କିଲୋମିଟର ରହିଥିଲା।

ଏହି ବିଷରେ ଏନ୍‌ଡିଆରଏଫ୍‌ ଡିଜି ଟ୍ୱିଟରରେ ସୂଚନା ଦେଇଥିଲେ। ତେବେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣା ବାବଦରେ ସୂଚନା ଦେବା ସହ ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି।

[ad_2]
Exit mobile version